ପାର୍ଟନରଙ୍କ ସହ ଦେଶ ଛାଡ଼ିବେ ଲୋକପ୍ରିୟ ଟେଲି ଅଭିନେତ୍ରୀ ଦଲଜୀତ କୌର

ବମ୍ବେ: ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜୀତ କୌର। ବିବାହ ପରେ ସେ ନିଜର ପାର୍ଟନର ନିକ୍‌ ପଟେଲଙ୍କ ସହ ବିଦେଶ ଚାଲିଯିବେ। ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି। ତାଙ୍କ ନିକଟକୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

ଦଲଜୀତ ଇନଷ୍ଟାଗ୍ରାମରେ ନିକ୍‌ଙ୍କ ସହ ଫଟୋ ଶେୟାର କର ଲେଖିଛନ୍ତି, ଭାଗ୍ୟ ଆମ ଦୁହିଁଙ୍କ ଆତ୍ମାକୁ ଏକାଠି କରିବାରେ ନିଜ ଭୂମିକା ତୁଲାଇଛନ୍ତି। ସର୍ବଦା ଏକାଠି ରହିବାର ଯାତ୍ରା ଏବେଠୁ ଆରମ୍ଭ ହେଉଛି। ନୂଆ ଜୀବନ, ନୂଆ ଦେଶ(ଆଫ୍ରିକାରେ କେନିଆ), ନୂଆ ଆରମ୍ଭ।

ନିକ୍‌ଙ୍କ ବିଷୟରେ କହିଲେ, ସେ ଜଣେ ବ୍ୟବସାୟୀ ହୋଇଥିବା ବେଳେ କେନିଆରେ ରୁହନ୍ତି। ତାଙ୍କର ଦୁଇ ଝିଅ ଅଛନ୍ତି, ଯାହାଙ୍କୁ ସେ ବହୁତ ଭଲପାଆନ୍ତି। ସେହିଭଳି ଦଲଜୀତ ୨୦୦୯ରେ ଅଭିନେତା ଶାଳୀନ ଭନୋଟଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ସବୁକିଛି ଠିକ୍‌ ଚାଲିଥିଲା। ହେଲେ ୩ ବର୍ଷ ପରେ ଦୁହେଁ ମାତାପିତା ହୋଇଥିଲେ। ଧୀରେ ଧୀରେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଦଲଜୀତ ଶାଳୀନ ଏବଂ ତାଙ୍କ ପରିବାର ଉପରେ ଘରୋଇ ହିଂସାର ଅଭିଯୋଗ କରିଥିଲେ। ପରେ ୨୦୧୫ରେ ସେମାନେ ଛାଡ଼ପତ୍ର ନେଇଥିଲେ।

Related Articles

Back to top button