ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା, ଢ଼େଙ୍କାନାଳର ମହିମା ଗାଦି ଚଳଚଞ୍ଚଳ

ଢ଼େଙ୍କାନାଳ: ଆଜିଠାରୁ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଢ଼େଙ୍କାନାଳ ଜିଲ୍ଲାର ମହିମା ଗାଦି। ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ପାଇଁ ଝାଡଦୀପଗୁଡ଼ିକୁ ମୁଖ୍ୟ ଗାଦି ମନ୍ଦିର ସମେତ ଉପାସନା ପୀଠଗୁଡ଼ିକରେ ପ୍ରସ୍ତୁତ କରି ରଖାଯାଇଛି। ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶହାତିଆ ଟୁଙ୍ଗି ମନ୍ଦିରରେ ଝାଡଦୀପ ପ୍ରଜ୍ଜ୍ୱଳିତ କରାଯାଇଥାଏ। ଝାଡଦୀପ ପ୍ରଜ୍ଜ୍ୱଳନ ପରେ ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମରେ ଗାଦି ମନ୍ଦିରରେ ଭକ୍ତିଭାବମୟ ପରିବେଶ ସୃଷ୍ଟିହୋଇଛି।

ମହିମା ଧର୍ମର ରୀତିନୀତି ଅନୁଯାୟୀ ଚଳିତ ବର୍ଷ ୧୫୦ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଆଜି ବ୍ରାହ୍ମ ମୁହୂର୍ତ୍ତରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ବିନା କଟକଣାରେ ଯୋରନ୍ଦା ମେଳା ଆୟୋଜନ ହେଉଥିବାରୁ ଏବେ ରାଜ୍ୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରରୁ ସାଧୁସନ୍ଥମାନେ ମହିମାଗାଦିକୁ ଆସିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତକାଲି ସନ୍ଧ୍ୟାରେ ମହିମା ଧର୍ମର ବରିଷ୍ଠ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରାଯାଇ ପ୍ରସ୍ତୁତି ସମୀକ୍ଷା କରାଯାଇଛି।

Related Articles

Back to top button