ଆମେରିକା ଆକାଶରେ ଚାଇନାର ଗୁଇନ୍ଦା ବେଲୁନ!

ୱାଶିଂଟନ: ଆମେରିକା ଆକାଶରେ ପୁଣି ଉଡିଲା ଚାଇନା ପଠାଇଥିବା ଗୋଇନ୍ଦା ବେଲୁନ । ୨ ଥର ପାଇଁ ନିଜ ଆକାଶରେ ଏପରି ବେଲୁନ ଦେଖି ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପେଣ୍ଟାଗନ ପକ୍ଷରୁ କୁହାଯାଇଛି, ଲାଟିନ ଲାଟିନ ଆମେରିକା ଆକାଶରେ ଠାବ ହୋଇଛି ଚାଇନା ପଠାଇଥିବା ଗୁଇନ୍ଦା ବେଲୁନ। ଦୁଇ ଦିନ ମଧ୍ୟରେ ଦୁଇଥର ଚାଇନା ଗୋଇନ୍ଦା ବେଲୁନ ଆମେରିକା ଆକାଶରେ ଦେଖିବାକୁ ମିଳିଲାଣି । ଏହାକୁ ନେଇ ଆମେରିକା-ଚାଇନା ସମ୍ପର୍କରେ ଆହୁରି ତକ୍ତତା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ  ତାଙ୍କର ୫ ତାରିଖ ଥିବା ବେଜିଂ ଗସ୍ତକୁ ବାତିଲ କରିଥିବା ସୂଚନା ଦେଇଛନ୍ତି । ଏପରି ହରକତ ଚାଇନାର ଦାୟିତ୍ୱହୀନତାର ପରିଚୟ ବୋଲି ବ୍ଲିନକେନ କହିଛନ୍ତି ।

ପେଣ୍ଟାଗନ ତଥ୍ୟ ଅନୁଯାୟୀ, ଗତକାଲି ପ୍ରଥମେ କେନ୍ଦ୍ରୀୟ ଆମେରିକାର ଆକାଶରେ ଗୋଟିଏ ବେଲୁନ ଠାବ ହୋଇଥିଲା ।  ଏହାକୁ ସୁରକ୍ଷାକର୍ମୀ ଟ୍ରାକ୍‌ କରିଥିଲେ ମଧ୍ୟ ତଳେ ରହୁଥିବା ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବେଲୁନକୁ ଗୁଳି କରି ଖସାଯାଇନି। ତେବେ ପ୍ରଥମ ବେଲୁନ ଠାବ ହେବାର କିଛି ସମୟ ପରେ ଲାଟିନ ଆମେରିକା ଆକାଶରେ ଆଉ ଏକ  ଗୁଇନ୍ଦା ବେଲୁନ ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ ଚାଇନା ଏପରି ଘଟଣାକୁ ହାଲକା ଭାବେ ନେବା ସହ ଏମିତି ଉଡି ଯାଇଥିବ ବୋଲି କହିଛି । ପ୍ରଥମେ ନିଜ ଭୁଲକୁ ମାନୁ ନଥିଲେ ହେଁ ପରବର୍ତ୍ତୀ ସମୟରେ ଚାଇନା ଏହି ବେଲୁନ ତାର ବୋଲି ସ୍ୱୀକାର କରିଛି ।ଏହା ପାଣିପାଗ ତଥ୍ୟ ଜାଣିବା ପାଇଁ ବ୍ୟବହାର କରାଯାଉଥିଲା । ପବନ ଯୋଗୁ ଉଡି ଯାଇଥିବ ବୋଲି ଚୀନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି । କିନ୍ତୁ ଏପରି ବୟନାକୁ ଆମେରିକା ପ୍ରଶାସନ  ଗ୍ରହଣ କରିନାହିଁ। ଚାଇନା ଗୁଇନ୍ଦାଗିରି ପାଇଁ ଏପରି ବେଲୁନ ପଠାଇଥିବା ଆମେରିକା କହିଛି।

Related Articles

Back to top button