ତାମିଲନାଡୁରେ ମାଗଣା ଶାଢୀ ନେବା ସମୟରେ ଦଳାଚକଟା ଯୋଗୁ ୪ ମହିଳାଙ୍କ ମୃତ୍ୟୁ, ଅନେକ ଆହତ

ଚେନ୍ନାଇ: ଶନିବାର ତାମିଲନାଡୁର ତିରୁପତି ଠାରେ ଏକ ଦଳାଚକଟାରେ ୪ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଭାନିଆବାଡି ଅଞ୍ଚଳର। ଯେଉଁଠାରେ ଥାଇପୁସାମରେ ମାଗଣାରେ ଶାଢୀ ବଣ୍ଟା ଯାଉଥିଲା। ଶାଢୀ ନେବାକୁ ଟୋକେନ୍ ବ୍ୟବସ୍ଥା କରାଯାଇଥିଲା। ମାଗଣାରେ ଶାଢୀ ପାଇବା ବିଷୟରେ ସୂଚନା ପାଇବା ପରେ ବହୁ ସଂଖ୍ୟକ ମହିଳା ଘଟଣାସ୍ଥଳରେ ଏକାଠି ହୋଇଥିଲେ।

ଥିରୁପଥୁର ପୋଲିସ କହିଛି ଯେ ଶାଢୀ ପାଇଁ ଟୋକେନ୍ ସଂଗ୍ରହ କରିବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ଏବଂ ଏହି ସମୟରେ ଏକ ଦଳଚକଟା ପରିସ୍ଥିତି ଉପୁଜିଥିଲା। ଏହି ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଦଳାଚକଟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଟୋକେନ୍ ନେବାବେଳେ ଦଳାଚକଟା ହେବାରୁ ୪ ଜଣ ମହିଳାଙ୍କ ମୃତ୍ୟୁ ହେବା ସହିତ ଅନେକ ମହିଳା ଆହତ ହେବାର ଖବର ମଧ୍ୟ ରହିଛି। ଆହତଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲିଛି।

Related Articles

Back to top button