୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିବା ଭର୍ଚୁଆଲ ହାଇକୋର୍ଟ ପାଇଁ ଏସଓପି ସହ ଗାଇଡଲାଇନ ଜାରି

ଭୁବନେଶ୍ୱର: ଓଡିଶା ହାଇକୋର୍ଟ ରାଜ୍ୟର ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିବା ଭର୍ଚୁଆଲ ହାଇକୋର୍ଟ ପାଇଁ ଏସଓପି ସହ ଗାଇଡଲାଇନ ଜାରି କରିଛନ୍ତି। ମାମଲାର ଭର୍ଚୁଆଲ ଶୁଣାଣି ପ୍ରସଙ୍ଗରେ ରହିଥିବା ବ୍ୟବସ୍ଥା ଓ ନିୟମ ସଂକ୍ରାନ୍ତରେ ଏସ୍‍ଓପିରେ ବିସ୍ତୃତଭାବେ ଉଲ୍ଲେଖ କରାଯିବା ସହ ମାମଲାର ଇ-ଫାଇଲିଂ ଏବଂ ଇ-ପେମେଣ୍ଟ ଦ୍ୱାରା କୋର୍ଟ-ଫି ଜମା କରାଯିବା ସମ୍ପର୍କରେ ଉଲ୍ଲେଖ ରହିଛି। ଶୁଣାଣି ପାଇଁ ତାଲିକାଭୁକ୍ତ ହେଲେ ଆଇନଜୀବୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ସୂଚନା ଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଆବେଦନର ନିର୍ଦ୍ଦିଷ୍ଟ ତ୍ରୁଟି ସମ୍ପର୍କରେ ମଧ୍ୟ ହାଇକୋର୍ଟ ୱେବସାଇଟ୍‍ରୁ ତଥ୍ୟ ମିଳିପାରିବ। ହାଇକୋର୍ଟଙ୍କ ରାୟର ସାର୍ଟିଫାଏଡ କପି ଆବେଦନ ପରେ ଏହି ଭର୍ଚୁଆଲ ହାଇକୋର୍ଟରୁ ମିଳିବା ନେଇ ଏସ୍‍ଓପିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବଲାଙ୍ଗୀର, ରାଉରକେଲା, ଭବାନୀପାଟଣା, ଜୟପୁର, ବ୍ରହ୍ମପୁର, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର ଓ ପୁରୀରେ ଗତ ଶୁକ୍ରବାରଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଭର୍ଚୁଆଲ ହାଇକୋର୍ଟକୁ ଉଦ୍‍ଘାଟନ କରିଥିଲେ ।

Related Articles

Back to top button