ଚଳିତ ବର୍ଷ ସୁପ୍ରିମକୋର୍ଟରୁ ଅବସର ନେବେ ୯ ଜଣ ବିଚାରପତି

ନୂଆଦିଲ୍ଲୀ : ନଅ ଜଣ ବିଚାରପତି ଚଳିତ ବର୍ଷ ସୁପ୍ରିମକୋର୍ଟରୁ ଅବସର ନେବେ। ତେବେ ସୋମବାର ପାଞ୍ଚଜଣ ବିଚାରପତିଙ୍କ ଶପଥ ଗ୍ରହଣ ସହିତ ସୁପ୍ରିମକୋର୍ଟର ୩୪ ଜଣ ବିଚାରପତିଙ୍କ ମୋଟ ଅନୁମୋଦିତ ଶକ୍ତି ବହୁ ପରିମାଣରେ ପୂର୍ଣ୍ଣ ହୋଇଛି। ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ କୁ ବୃଦ୍ଧି ପାଇଛି। ଆଶା କରାଯାଉଛି ଯେ ଆଉ ଦୁଇଜଣ ବିଚାରପତିଙ୍କ ନାମ ସୁପାରିଶ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପାଇବ। ନିକଟରେ ଏହି ଦୁଇଟି ନାମ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ମଧ୍ୟ ସୁପାରିଶ କରାଯାଇଛି। ସେହି ନିଯୁକ୍ତି ଅନୁମୋଦନ ହେବା ପରେ ସୁପ୍ରିମକୋର୍ଟ ପୁନର୍ବାର ପୂର୍ଣ୍ଣ କ୍ଷମତାରେ ରହିବେ। ତେବେ ଚଳିତ ବର୍ଷ ମୋଟ ୯ ଜଣ ବିଚାରପତିଙ୍କୁ ୬୫ ବର୍ଷ ହେବ। ଏହା ସହିତ ଚଳିତ ବର୍ଷ ତାଙ୍କର ଅବସର ସ୍ଥିର ହୋଇଛି।

ପାଟନା ହାଇକୋର୍ଟର ଜଜ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି। ଜଷ୍ଟିସ ସୟଦ ଅବଦୁଲ ନାଜିରଙ୍କ ଅବସରରେ ପରେ ଅମାନୁଲ୍ଲାଙ୍କୁ ଅଣାଯାଇଛି। କାରଣ ଜଷ୍ଟିସ ନାଜିରଙ୍କ ପରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟଙ୍କ କୌଣସି ବିଚାରପତି ଶୀର୍ଷକୋର୍ଟରେ ନ ଥିଲେ। ଜଷ୍ଟିସ ପାରଦୀୱାଲା ପାର୍ସୀ ସମ୍ପ୍ରଦାୟରୁ ଆସିଛନ୍ତି। ଜଷ୍ଟିସ ସୟଦ ଅବଦୁଲ ନାଜିର ଚଳିତ ବର୍ଷ ଜାନୁଆରୀ ୪ ରେ ଅବସର ନେଇଥିଲେ। ତାଙ୍କ ପରେ ଏବେ ମେ ୧୪ ରେ ଜଷ୍ଟିସ ଦୀନେଶ ମାହେଶ୍ୱରୀ ଏବଂ ଏହାର ପରଦିନ ମେ ୧୫ ରେ ଜଷ୍ଟିସ ଏମ.ଆର. ଶାହା ଅବସର ନେବେ।
ଜୁନ 2023 ମସିହାରେ ଏକ ନିଆରା ମାସ ହେବ, କାରଣ ସୁପ୍ରିମକୋର୍ଟର ତିନିଜଣ ବିଚାରପତି ଏହି ମାସରେ ଅବସର ନେବାକୁ ଯାଉଛନ୍ତି। ଜଷ୍ଟିସ କେଏମ ଜୋସେଫ ଜୁନ ୧୬ ରେ, ଜଷ୍ଟିସ ଅଜୟ ରସ୍ତୋଗୀ ୧୭ ଜୁନ ଏବଂ ଜଷ୍ଟିସ ଭି ରାମାସୁବ୍ରମଣ୍ୟନ ଏହାର ୧୨ ଦିନ ପରେ ଜୁନ ୨୯ ରେ ଅବସର ନେବେ। ଜଷ୍ଟିସ କୃଷ୍ଣ ମୁରାରୀ ଜୁଲାଇ ୮ ରେ ଅବସର ନେବେ। ଏହା ପରେ ଦୁଇମାସ ପାଇଁ ସବୁକିଛି ଠିକ ରହିବ, କିନ୍ତୁ ତା’ପରେ ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ୨୦ ଅକ୍ଟୋବରରେ ଅବସର ନେବେ। ବରିଷ୍ଠତାର ଦ୍ୱିତୀୟ ନମ୍ବର ଜଜ ଜଷ୍ଟିସ ସଞ୍ଜୟ କିଶାନ କୌଲ ଡିସେମ୍ବର ୨୫ ଅର୍ଥାତ ଖ୍ରୀଷ୍ଟମାସ ଦିନ ଅବସର ନେବେ।

Related Articles

Back to top button