ମଧ୍ୟପ୍ରଦେଶରେ ଜେସିବି ଚଢ଼ି ବିବାହ କରିବାକୁ ଆସିଲେ ବର

ଆଜିକାଲି ବିବାହ କରିବାକୁ ବର କାର୍‌, ହାତୀ, ଘୋଡ଼ାଗାଡ଼ି, ବାଇକ୍‌, ହେଲିକପ୍ଟରରେ ଆସୁଥିବା ଦେଖିଥିବେ ବା ଶୁଣିଥିବେ। କିନ୍ତୁ ଏବେ ଜଣେ ବର ଜେସିବି ଚଢ଼ି ବିବାହ କରିବାକୁ ଆସିଛନ୍ତି। ଯାହା ଦେଖି ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି।

ଏବେ ସେମିତି ଏକ ଦୃଶ୍ୟ ଗୁଜରାଟର ନବସାରୀର ଚିଖଲିରୁ ଆସିଛି। ଯେଉଁଠାରେ କେୟୁର ପଟେଲ ତାଙ୍କ ବିବାହ ପାଇଁ ଜେସିବିରେ କନ୍ୟାଙ୍କ ଘରେ ପହଞ୍ଚିଥିଲେ। ଫୁଲରେ ସଜାଯାଇଥିବା ଜେସିବି ଚଢ଼ି ଆସିଥିବା ବରଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ବିବାହ ଦେଖିବାକୁ ଆସିଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହାପୂର୍ବରୁ ମଧ୍ୟପ୍ରଦେଶର ବୈତୁଲଠାରେ ଏକ ଜେସିବି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଯେଉଁଥିପାଇଁ ପୋଲିସ ଜେସିବି ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଜରିମାନା ଆଦାୟ କରିଥିଲା। ପଞ୍ଜୀକରଣ ନିୟମ ଉଲ୍ଲଂଘନ କରି ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ୫୦୦୦ ଟଙ୍କା ଜରିମାନା କରାଯାଇଥିଲା।

Related Articles

Back to top button