ଆଜି ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ୫ ନୂଆ ବିଚାରପତି ଆଜି ଶପଥ ନେଇଛନ୍ତି । ଏହି ୫ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା ।  ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪  । ରାଜସ୍ଥାନ, ପାଟନା, ମଣିପୁର ଉଚ୍ଚନ୍ୟାୟାଳୟର ତିନି ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ପଙ୍କଜ ମିତ୍ତଲ, ନ୍ୟାୟମୂର୍ତ୍ତି ସଞ୍ଜୟ କରୋଲ ଏବଂ ପିବି ସଞ୍ଜୟ କୁମାରଙ୍କ ସମେତ  ପାଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଅହସାନୁଦ୍ଦିନ ଅମାନୁଲ୍ଲାହ ଏବଂ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ନ୍ୟାୟମୂ୍ର୍ତ୍ତି ମନୋଜ ମିଶ୍ରା ଶପଥ ନେଇଛନ୍ତି ।ପ୍ରଧାନ ବିଚାରପତି ବିଚାରପତି ୱାଇଏସ ଚନ୍ଦ୍ରଚୂଡ ଏମାନଙ୍କୁ ଶପଥପାଠ କରାଇଛନ୍ତି ।ଏହି ସମାରୋହ କୋର୍ଟର ନୂଆ ଭବନର ସଭାଗୃହରେ ଆୟାେଜିତ ହୋଇଥିଲା ।

ଶପଥ ନେଇଥିବା ୫ ବିଚାରପତିଙ୍କ ମଧ୍ୟରୁ ସବୁଠାରୁ ବରିଷ୍ଠ ବିଚାରପତି ହେଲେ ନ୍ୟାୟମୂର୍ତ୍ତି ମିତ୍ତଲ । ସେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ । ୨୦୨୨ ଡିସେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ଏହି ୫ ଜଣ ବିଚାରପତିଙ୍କ ନାଁ ସୁପାରିଶ କରିଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଫେବୃଆରୀ ୪ ତାରିଖ ଏମାନଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ । କଲେଜିୟମ ବ୍ୟବସ୍ଥାକୁ ନେଇ ସରକାର ସମାଲୋଚନା କରିଥିଲେ । ଏପରିକି ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଏହାକୁ ସମାଲୋଚନା କରିଥିଲେ । ଯାହା ବି ହେଉ, ଶେଷରେ ସୁପ୍ରିମକୋର୍ଟ ୫ ଜଣ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମର ସୁପାରିଶକୁ ମଞ୍ଜୁରି ଦେଇଥିଲେ ।

Related Articles

Back to top button