ଖାଦ୍ୟକୁ ନେଇ ବଚସା ହେବାରୁ ରାତି ଅଧରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଲା ବୋମା, ୩ଜଣ ହୋଟେଲ କର୍ମଚାରୀ ଆହତ

ଭୁବନେଶ୍ୱର : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ । ରାତି ଅଧରେ ଫୁଟିଲ ବୋମା। ଏହି ବିସ୍ଫୋରଣରେ ୩ଜଣ ଗୁରୁତର । ଖାଦ୍ୟକୁ ନେଇ ବଚସା ହେବାରୁ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲରେଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ହୋଟେଲର ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତ ରାତିରେ ଜୟ ଜଗନ୍ନାଥ ହୋଟେଲରେ ଜଣେ ଲୋକ ଓ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ ଜୟ ଜଗନ୍ନାଥ ହୋଟେଲକୁ ଯାଇଥିଲେ। ମାତ୍ର ଖାଇବା ଦରକୁ ନେଇ ସେମାନଙ୍କର ହୋଟେଲ କର୍ମଚାରୀଙ୍କ ସହ ବଚସା ହୋଇଥିଲା। ସେମାନେ ସେଠାରୁ ପଳାଇଥିବା ବେଳେ କିଛି ସମୟ ପରେ ପୁଣି ଥରେ ଫେରିଥିଲେ। ତା’ପରେ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମାମାଡ଼ କରିଥିଲେ । ଏହି ବିସ୍ଫୋରଣରେ ହୋଟେଲର ୩ କର୍ମଚାରୀ ଆହତ ହୋଇଛନ୍ତି ।

ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।୨ ଜଣ ଦୃର୍ବୁତ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ୨ ଜଣକ ମଧ୍ୟରୁ ଜଣକୁ ଅଟକ ରଖି ପଚରାଉଚରା କରୁଛି  । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି  ।

Related Articles

Back to top button