ଭୂକମ୍ପରେ ପୁଣି ଥରିଲା ତୁର୍କି, ରିକ୍ଟର ସ୍କେଲରେ ତୀବ୍ରତା ୭.୮

ଅଙ୍କାରା: ପଶ୍ଚିମ ଏସିଆର କିଛି ଦେଶ ବିନାଶକାରୀ ଭୂକମ୍ପରେ ସୋମବାର ସକାଳେ ଥରି ଉଠିଛି । ତୁର୍କି ସମେତ ଚାରି ଦେଶ ଲେବାନନ, ସିରିଆ ଓ ଇସ୍ରାଏଲରେ ସୋମବାର ଆସିଥିବା ଭୂକମ୍ପ ସମଗ୍ର ଦେଶକୁ ଏକ ପ୍ରକାର ଥରାଇ ଦେଇଛି । ସକାଳେ ଆସିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା । ୟୁନାଇଟେଡ ଷ୍ଟେଟସ୍ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଅନୁଯାୟୀ, ଭୂକମ୍ପ ପରେ ଆପ୍ଟର ସକ୍ସ ରେକର୍ଡ କରାଯାଇଛି ।
ଏବେ କୁହାଯାଇଛି କି ସୋମବାର ଦ୍ୱିପ୍ରହରରେ ପୁଣିଥରେ ଥରି ଉଠିଛି ତୁର୍କି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ବି ୭.୮ ରହିଥିଲା । ଏହି ଭୂକମ୍ପ ଦ୍ୱାରା ଆସିଥିବା ୭ଟି ଝଟକାର ତୀବ୍ରତା ୫ରୁ ଅଧିକ ରହିଥିବା କୁହାଯାଉଛି । ପ୍ରଥମେ ଆସିଥିବା ଭୂକମ୍ପରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାରରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ଏହାସହ ବଡ ବଡ କୋଠା ଓ ଆପାର୍ଟମେଣ୍ଟ ଧୂଳିସାତ୍ ହୋଇଯାଇଛି ।

Related Articles

Back to top button