ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: =ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଜଣାପଡିଛି । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ନିଜେ ଅଭିନେତ୍ରୀ ଇଲିଆନା ସୂଚନା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରମ ଆକାଉଣ୍ଟ ରେ ହସ୍ପିଟାଲ ବେଡରୁ ନିଜର ଏକ ଫଟୋ ସେୟାର କରିଛନ୍ତି । ଏଥିସହିତ ସେ ତାଙ୍କ ଫ୍ୟାନ୍ସଙ୍କୁ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ କହିଛନ୍ତି ।

ପ୍ରକୃତରେ ଅଭିନେତ୍ରୀ ଇଲିଆନା ଡି କ୍ରୁଜ ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ହସ୍ପିଟଲରେ ଥିବା ବେଳେ ନିଜ ଇନଷ୍ଟାଗ୍ରମରେ କିଛି ଫଟୋ ସେୟାର କରିଥିଲେ । ଏଥିସହିତ କ୍ୟାପସନରେ ଲେଖିଥିଲେ ଦିନକ ମଧ୍ୟରେ କେତେ କଣ ବଦଳିଯାଏ । ତେବେ ଇଲିଆନାଙ୍କ ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସମାନେ କମେଣ୍ଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ଇଲିାନା ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏତତ୍ ବ୍ୟତୀତ ହସ୍ପିଟାଲରେ ତାଙ୍କୁ ତୁରନ୍ତ ଏବଂ ଭଲ ଚିକିତ୍ସା ପରେ ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି ।

Related Articles

Back to top button