ଦୁଇଦିନରେ ତୁର୍କୀରେ ହେଲାଣି ୫ ଟି ଭୂମିକମ୍ପ: ୮ ହଜାରରୁ ଅଧିକ ମୃତ୍ୟୁ

ଇସ୍ତାନବୁଲ: ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଲଗାତର ଭୂମିକମ୍ପର ଗୋଟିଏ ପରେ ଗୋଟିଏ ଝଟକା ତୁର୍କିକୁ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି। ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଘର ଭଶୁଡ଼ି ପଡ଼ିଛି। ସାରା ବିଶ୍ୱରୁ ତୁର୍କିକୁ ସହାୟତା ପହଞ୍ଚିଛି।

ସୋମବାର ଭୋରରୁ ତୁର୍କିରେ ପ୍ରଥମ ଓ ସବୁଠାରୁ ବଡ଼ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ହଜାର ହଜାର ମୃତ୍ୟୁ ଓ ଆହତ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଣି ଦିନ ପ୍ରାୟ ୧.୩୦ରେ ୭.୬ ତ୍ରୀବତାର ଆଉ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା।

ପୁଣି ତୃତୀୟ ଭୂମିକମ୍ପ ୬.୦ ତୀବ୍ରତାର ଥିଲା।  ସୋମବାର ତିନୋଟି ଭୂମିକମ୍ପ ହେବା ପରେ ମଙ୍ଗଳବାର ମଧ୍ୟ ଦୁଇଟି ଭୂମିକମ୍ପ ହୋଇଥିଲା। ଗୋଟିଏ ୫.୯ ଓ ଅନ୍ୟଟି ୫.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଫଳରେ ଭୂମିକମ୍ପରେ ଏପର୍ଯ୍ୟନ୍ତ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ଓ ଆହତ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

ସେପଟେ ବୁଧବାର ସକାଳେ ଚୀନର ଉଦ୍ଧାରକାରୀ ଟିମ୍ ତୁର୍କୀରେ ପହଞ୍ଚିଛି। ବୁଧବାର ଶକାଳେ ତୁର୍କୀର ଅଦନାନ ବିମାନବନ୍ଦରରେ ଚୀନର ୮୨ ସଦସ୍ୟ ୨୦ ଟନ୍‌ ମେଡିକାଲ୍‌ ସାମଗ୍ରୀ ଓ ଉଦ୍ଧାର ସାମଗ୍ରୀ ଧରି ପହଞ୍ଚିଛନ୍ତି। ସେଥିରେ ୪ଟି ସର୍ଚ୍ଚ ଓ ରେସ୍‌କ୍ୟୁ ଡଗ୍ ମଧ୍ୟ ରହିଛନ୍ତି।

ଭୂମିକମ୍ପ ସିରିଆ ଓ ତୁର୍କୀକୁ ଧ୍ୱଂସ କରିଦେଇଥିବା ବେଳେ  କେବଳେ ତୁର୍କିରେ ମୃତ୍ୟୁ ସଂଖ୍ୟା ୫,୮୯୪ ହୋଇଛି ବୋଲି  ଫୋଟ ଓଟ୍‌କେ କହିଛନ୍ତି। ସେହିପରି ଆହତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଥିବା ଉପରାଷ୍ଟ୍ରପତି ସୂଚନା ଦେଇଛନ୍ତି।

Related Articles

Back to top button