ଗୋପରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସର ଅନୁଧ୍ୟାନ ପାଇଁ ଲାଗିଲା ରିଗ ମେସିନ୍

କୋଣାର୍କ: ପୁରୀ ଗୋପ ବ୍ଲକ ଅନ୍ତର୍ଗତ କୁସୁପୁର ଠାରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସର ଅନୁଧ୍ୟାନ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏକ ତୈଳ ରିଗ ମେସିନ୍ ସ୍ଥାପନ ବସାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରିଗ ମେସିନକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଘଟଣାସ୍ଥଳରେ ପହଞ୍ଚିସାରିଥିବା ବେଳେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ।

ଗତବର୍ଷ କୋଣାର୍କ ନିକଟ ମହାନଦୀ ଅବବାହିକାରେ ଅଶୋଧିତ ତୈଳର ପ୍ରମାଣ ପାଇଲା ପରେ କେନ୍ଦ୍ର ସରକାରଙ୍କ ପିଏସୟୁ କୁସୁପୁରର ୩୭ଟି ଜମି ମାଲିକଙ୍କ ଠାରୁ ଆଠ ଏକର ଜମିକୁ ତିନି ବର୍ଷ ପାଇଁ ଲିଜରେ ନେଇ ଭୂତଳ ତୈଳର ପରିମାଣ ଓ ଗୁଣବତ୍ତା ଅନୁଧ୍ୟାନ କରିଥିଲା।

ଅତ୍ୟାଧୁନିକ ମେଶିନ ଦ୍ଵାରା ଖନନ କରାଯାଇ ମାଟିତଳୁ ବାହାରିବାକୁ ଥିବା ପଙ୍କ ଓ ମାଟି ବାଲିକୁ ନିଆଯାଇ ରି-ଫାଇନ କରାଯିବା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ବିଶୋଧନ ଲାଗି ଆସାମ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ସହିତ ଆଉ କେତେକ ରାଜ୍ୟରୁ ଏହି ଅତ୍ୟାଧୁନିକ ମେଶିନ ଆସିଥିବା ବେଳେ ଆହୁରି ଅତ୍ୟାଧୁନିକ ଯନ୍ତ୍ରାଂଶ ଆସିବାର ସୂଚନା ମିଳିଛି ।

Related Articles

Back to top button