୫୭ ସିଭିଲ୍‌ ଜଜ୍ ପଦ ପୂରଣ ପାଇଁ ହେବ ଓଜେଏସ୍ ପରୀକ୍ଷା, ଓପିଏସ୍‌ସି ତରଫରୁ ବାହାରିଲା ବିଜ୍ଞପ୍ତି

ଭୁବନେଶ୍ୱର: ଆୟୋଗ ଓଡ଼ିଶା (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍)- ୨୦୨୨ର ୫୭ଟି ସିଭିଲ ଜଜ୍ ପଦ ପୂରଣ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିବା ମୋଟ୍ ୫୭ଟି ପଦ ମଧ୍ୟରୁ ୧୮ ଟି ପଦ ମହିଳାଙ୍କ ନିମନ୍ତେ ସଂରକ୍ଷଣ ରଖାଯାଇଛି। ସିଭିଲ୍ ଜଜ୍ କ୍ୟାଡରରେ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ ।

୧୭ରୁ ଆବେଦନ ଆରମ୍ଭ ପ୍ରାର୍ଥୀମାନେ ପ୍ରାଥମିକ ପରୀକ୍ଷା, ମୁଖ୍ୟ ଲିଖ ପରୀକ୍ଷା ଏବଂ ସାକ୍ଷାତକାର ପରୀକ୍ଷା ଦେବେ। ବାଲେଶ୍ଵର, ବହୁପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ୫ଟି ଜୋନ୍‌ରେ ଏହି ପରୀକ୍ଷା ହେବ ।

ଯଦି ବହୁପୁର, ବାଲେଶ୍ଵର, ଏବଂ ସମ୍ବଲପୁର ମଧ୍ୟରୁ ମଧ୍ୟରୁ କୌଣସି ପରୀକ୍ଷା ଜୋନ୍‌ରେ ହୋଇଥିବା କେନ୍ଦ୍ର ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ନହୁଅନ୍ତି, ଏହି ଜୋନ୍ ଚୟନ କରୁଥିବା ପ୍ରାର୍ଥୀମାନେ ଭୁବନେଶ୍ଵର ଏବଂ କଟକଠାରେ ପରୀକ୍ଷା ଦେବେ ବୋଲି ଓପିଏସ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related Articles

Back to top button