ତୁର୍କୀ ଏବଂ ସିରିଆରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୧୦୦୦ ଟପିଲା

ଆଙ୍କାରା: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଅତିକ୍ରମ କରିଛି। ଦକ୍ଷିଣ ତୁର୍କୀ ଏବଂ ସିରିଆର ଲୋକମାନେ ପ୍ରବଳ ଶୀତରେ ରାତି କଟାଇଛନ୍ତି। ତୁର୍କୀର ହାଟେ ପ୍ରଦେଶର ଏକ ଡାକ୍ତରଖାନା ବାହାରେ ହଜାର ଶହ ଶହ ମୃତଦେହ ପଡ଼ିରହିଥିଲା। ବିପର୍ଯ୍ୟୟ ଅଞ୍ଚଳର ଅନେକ ଲୋକ ନିଜ କାର୍‌ରେ କିମ୍ବା ରାସ୍ତାରେ କମ୍ବଳ ଘୋଡ଼ି ହୋଇ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ପଡ଼ୋଶୀ ସିରିଆର ଉଦ୍ଧାରକାରୀମାନେ କହିଛନ୍ତି ଯେ, ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ। କାରଣ କିଛି ସାହାଯ୍ୟ ଏପର୍ଯ୍ୟନ୍ତ ଆସିନାହିଁ। ତମ୍ବୁ ଗୁଡ଼ିକ କେଉଁଠାରେ, ଖାଦ୍ୟ ଟ୍ରକଗୁଡ଼ିକ କେଉଁଠାରେ ଅଛି? ଦକ୍ଷିଣ ତୁର୍କୀର ଆଣ୍ଟିଅଖ ସହରର ୬୪ ବର୍ଷୀୟ ମେଲେକ କହିଛନ୍ତି, ସେ କୌଣସି ଉଦ୍ଧାରକାରୀଙ୍କୁ ଦେଖି ନାହାନ୍ତି। ଆମ ଦେଶର ପୂର୍ବ ବିପର୍ଯ୍ୟୟ ପରି ଆମେ ଏଠାରେ କୌଣସି ଖାଦ୍ୟ ବଣ୍ଟନ ଦେଖିନାହୁଁ। ଆମେ ଭୂକମ୍ପରୁ ବଞ୍ଚିଗଲୁ କିନ୍ତୁ ଏଠାରେ ଭୋକ କିମ୍ବା ଥଣ୍ଡା ଯୋଗୁ ଆମେ ମରିବୁ।

Related Articles

Back to top button