ଏବେବି ଓଡ଼ିଶାର ୨୦% ଲୋକଙ୍କ ପାଖରେ ପହଞ୍ଚି ପାରିନି ମୋବାଇଲ୍ ସେବା

ଭୁବନେଶ୍ୱର: ଓଡ଼ିଶାର ସମସ୍ତଙ୍କ ପାଖରେ ମୋବାଇଲ୍ ସେବା ପହଞ୍ଚି ପାରିନି । ଓଡ଼ିଶା ଏଲଏସଏ ଦୂରସଞ୍ଚାର ବିଭାଗ ବି.କେ. ନାୟକଙ୍କ ସୂଚନା ଅନୁସାରେ, ଓଡ଼ିଶାର ୪୭ ହଜାର ୬୭୭ ଗ୍ରାମ ମଧ୍ୟରୁ ୪୨ ହଜାର ୪୨୫ଟି ଗ୍ରାମରେ ମୋବାଇଲ୍ ସେବା ଉପଲବ୍ଧ । ରାଜ୍ୟରେ ୩.୩୨ କୋଟି ମୋବାଇଲ ଉପଭୋକ୍ତା ଏବଂ ୨.୨୧ କୋଟି ମୋବାଇଲ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଅଛନ୍ତି । ୩.୩୨ କୋଟି ଉପଭୋକ୍ତାଙ୍କ ମଧ୍ୟରୁ ୨.୨୧ କୋଟି ଗ୍ରାମାଞ୍ଚଳ ଏବଂ ୧.୧ କୋଟି ସହରାଞ୍ଚଳ ମୋବାଇଲ ଉପଭୋକ୍ତା । ରାଜ୍ୟରେ ସାମଗ୍ରିକ ଦୂରସଞ୍ଚାର ସାନ୍ଦ୍ରତା ବା ଟେଲିଡେନସିଟୀ ହାରା ୮୦% ଥିବା ବେଳେ ଜାତୀର ସ୍ତରରେ ଏହି ହାର ୮୫% ।

ଭାରତ ସରକାରଙ୍କ ପୂର୍ଣ୍ଣ ସହାୟତା ଓ ପାଣ୍ଠି ଯୋଗାଣ ଜରିଆରେ ବିଭିନ୍ନ ୟୁଏସଓଏଫ (ସାର୍ବଜନୀନ ସେବା ଉତ୍ତରଦାୟିତ୍ବ ପାଣ୍ଠି) ମାଧ୍ୟମରେ ଡିସେମ୍ବର ୨୦୨୩ ସୁଦ୍ଧା ଦେଶର ପ୍ରତ୍ୟେକ ଗ୍ରାମକୁ ଅତିକମରେ ଫୋର୍-ଜି ସେବା ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଦେଶରେ ୭୧୧୩ଟି ଫୋର୍-ଜି ସେବା ଅପହଞ୍ଚ ଥିବା ଗ୍ରାମ ରହିଛି । ଓଡ଼ିଶାରେ ଥିବା ଏପରି ଗ୍ରାମରେ ଫୋର-ଜି ସେବା ପହଞ୍ଚାଇବା ଲାଗି ପ୍ରକଳ୍ପ  କାର୍ଯ୍ୟକାରୀ କରାଯାଉଛି ।

ଏଡବ୍ଲୁଇ ପର୍ଯ୍ୟାୟ- I ରେ ବର୍ତ୍ତମାନ ଟୁଜି ସେବା ଥିବା ୨୫୬ଟି ଟାୱାର ରହିଛି। ତେବେ ଏଲଡବ୍ଲୁଇ ପର୍ଯ୍ୟାୟ- II ଅଧୀନରେ, ୪୮୩ଟି (ସବୁ ଫୋର-ଜି) ଟାୱାର କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ନଅଟି ଜିଲ୍ଲାରେ ପ୍ରାୟ ୪୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏସବୁ ଟାୱାର ନିର୍ମାଣ କରାଯିବ। ମାର୍ଚ୍ଚ ୨୦୨୩ ସୁଦ୍ଧା ରିଲାଏନ୍ସ ଜିଓ ଦ୍ବାରା ଏହି ସେବାକୁ କାର୍ଯ୍ୟକାରୀ କରାଯିବ ।

ଆକାଂକ୍ଷୀ ଜିଲ୍ଲା ପ୍ରକଳ୍ପ ଯୋଜନା ଅଧୀନରେ, ନଭେମ୍ବର ୨୦୨୩ ସୁଦ୍ଧା ୧୦ଟି ଜିଲ୍ଲାରେ ପ୍ରାୟ ୧୮୦୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨୩୭୯ (ସବୁ ଫୋର-ଜି) ଟାୱାର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ଯାହାଦ୍ବାରା ୩୯୩୩ ଗ୍ରାମ ଉପକୃତ ହୋଇପାରିବେ, ଏହାକୁ ମଦ୍ୟ ରିଲାଏନ୍ସ ଜିଓ କାର୍ଯ୍ୟକାରୀ କରିବ। ବର୍ତ୍ତମାନ ସୁଦ୍ଧା ୩୫୬୪ଟି ଗ୍ରାମରେ ସର୍ବେକ୍ଷଣ ଶେଷ ହୋଇସାରିଛି ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ୩୫୬୪ଟି ଗାଁ ପାଇଁ ସର୍ବେକ୍ଷଣ ଶେଷ ହୋଇଛି ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି।

ଫୋର ଜି ସମ୍ପୂର୍ଣ୍ଣକରଣ ପ୍ରକଳ୍ପ ଅଧୀନରେ, ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧୬୨୯ ଟାୱାର ନିର୍ମାଣ କରାଯାଇଛି ୧୮୧୪ ଗ୍ରାମରେ ଫୋର ଜି ସେବା ପହଞ୍ଚାଇବାକୁ ଯୋଜନା କରାଯାଇଛି । ବିଏସଏନଏଲ ଦ୍ବାରା ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ଏବଂ ଭାରତ ସରକାର ଏଥିପାଇଁ ପାଣ୍ଠି ଯୋଗାଇ ଦେବେ ତଥା ଯୋଜନାକୁ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button