‘ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚିଯାଇଛି ତୁର୍କୀ’ – ଭୁକମ୍ପ ବିଜ୍ଞାନୀଙ୍କ ଚାଞ୍ଚଲ୍ୟକର ବୟାନ

ଇସ୍ତାନବୁଲ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚି ଯାଇଛି ତୁର୍କୀ ।  ଭୂକମ୍ପ ଗବେଷକ କାର୍ଲୋ ଡୋଗ୍ଲିୟୋନୀଙ୍କ କହିବା ଅନୁଯାୟୀ, ଭୂକମ୍ପ ପରେ ତୁର୍କୀ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ସୁରିଆ ତୁଳନାରେ ତୁର୍କୀର ଟେକ୍ଟୋନିକ ପ୍ଲେଟ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ପ୍ରକୃତରେ ତୁର୍କୀ ଅନେକ ଗୁଡିଏ ଫ୍ଲାଟ ଲାଇନ ଉପରେ ରହିଛି । ଏନାଟୋଲିୟନ ପ୍ଲେଟ, ଅରେବିୟନ ପ୍ଲେଟ ଏବଂ ୟୁରେସିଆଇ ପ୍ଲେଟ ସହ ଏହି ଜଡିତ । ଏହି କାରଣରୁ ଏଠାରେ ଭୂକମ୍ପର ପ୍ରଭାବ ଅତି ଭୟଙ୍କର ହୋଇଥାଏ । ଏଠିକାଳର ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଏନାଟୋଲିୟନ ପ୍ଲେଟ ଏବଂ ଅରେବିୟନ ପ୍ଲେଟ ମଝିରେ ୨୨୫ କିଲୋମିଟରର ଫ୍ଲାଟ ଲାଇନ ନଷ୍ଟ ହୋଇଯାଇଛି ।

ଭୁକମ୍ପ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ସରିଆ ତୁଳନାରେ ତୁର୍କୀର ଟେକ୍ଟୋନିକ ପ୍ଲେଟ ଅଧିକ ଘୁଞ୍ଚି ଯାଇଛି । ତେବେ ଏ ସବୁ ତଥ୍ୟ ପ୍ରାଥମିକ ତଦନ୍ତର ଜଣାପଡ଼ିଛି । ସାଟେଲାଇଟ ଜରିଆରେ ସଂଗ୍ରହ କରାଯାଉଥିବା ତଥ୍ୟ ସାମ୍ନାକୁ ଆସିଲେ ପ୍ରକୃତ କଥା ଜଣାପଡିବ । ପ୍ରଫେସର ଡୋଗ୍ଲିୟୋନୀ କହିଛନ୍ତି, ଅତ୍ୟଧିକ ଭୂମିକମ୍ପ ପ୍ରବଣ ଅଞ୍ଚଳ ହେଉଛି ଭୁମଧ୍ୟ ସାଗରୀୟ କ୍ଷେତ୍ର । ତେବେ ବିଶ୍ୱର ସବୁଠାରୁ ଅଧିକ ଭୂକମ୍ପ ପ୍ରବଣ ଦେଶ ମଧ୍ୟରେ ତୁର୍କୀର ନାଁ ରହିଛି । ଏହି ଦେଶରେ ୧୯୩୯ରେ ଏକ ବଡ ଧରଣର ଭୂକମ୍ପ ହୋଇଥିଲା ଯାହାର ତୀବ୍ରତା ଥିଲା ୭.୪ । ଏଥିରେ ପୂର୍ବ ଏର୍ଜିକନ ପ୍ରାନ୍ତର ୩୩ ହଜାର ଲୋକ ପ୍ରାଣ ହରାଇଥିଲେ । ୧୯୯୯ରେ ଡୁଜରେ ୭.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା ଏବଂ ଯେଉଁଥିରେ ୧୭ ହଜାରରୁ ଅଧିକ ଲୋକ ମରିଥିଲେ ।

ଏଠି କହିରଖିବୁ, ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ଲୋକଙ୍କର ଜୀବନ ଗଲାଣି । ୫୦ ହଜାର ଲୋକ ଆହତ ହୋଇଛନ୍ତି । ହଜାର ହଜାର କୋଠା ଭୂଶୁଡି ମାଟିରେ ମିଶି ଯାଇଛି । ଏହି କୋଠା ତଳେ ଆଉ କେତେଲୋକ ଚାପି ହୋଇ ରହିଛନ୍ତି ତାହା ଏ ଯାଏ ସ୍ପଷ୍ଟ ହୋଇନି ।

Related Articles

Back to top button