ପାକିସ୍ତାନରେ ଆର୍ଥିକ ସ୍ଥିତି ଖରାପ, ୪୮ ବର୍ଷର ରେକର୍ଡ ଭାଙ୍ଗିଲା ଦରବୃଦ୍ଧି

ଇସଲାମବାଦ: ପାକିସ୍ତାନ ଏବେ ସବୁଠାରୁ ବଡ ସମସ୍ୟା ସହ  ଲଢୁଛି। ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ସାଧାରଣ ଜନତା ରୋଜିରୋଟି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଦରଦାମ ବୃଦ୍ଧି ଏବଂ ଆର୍ଥିକ ସଙ୍କଟ ବିରୋଧରେ ପ୍ରଦର୍ଶନ କରୁଛନ୍ତି।

ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ ପହଞ୍ଚି ଯାଇଛି। ଦରଦାମ ବୃଦ୍ଧି ୪୮ ବର୍ଷର ରେକର୍ଡ ଭାଙ୍ଗିଛି। ଆର୍ଥିକ ସହାୟତା ନେଇ ଆଇଏମଏଫ ସହ ହେବାକୁ ଥିବା ଆଲୋଚନା ବିଫଳ ହୋଇଛି । ତେବେ ସବୁଠାରୁ ଖରାପ ପରିସ୍ଥିତିର ସାମ୍ନା କରୁଛନ୍ତି ପାକିସ୍ତାନର ସାଧାରଣ ଜନତା। ଦରଦାମ ବୃଦ୍ଧି ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏବେ ଲୋକେ ଆଉ ଶିକ୍ଷା ବା ଅନ୍ୟ ଜିନିଷ ପ୍ରତି ଗୁରୁତ୍ୱ ଦେଉ ନାହାନ୍ତି । ଏକମାତ୍ର ଚିନ୍ତା କ’ଣ ଖାଇବେ..କେମିତି ବଞ୍ଚିବେ।

ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର ଜଣେ ସିଫୁଡ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ମୋର ବ୍ୟବସାୟ ଏବେ ଅଧା କମି ଯାଇଛି । ବିକ୍ରି ପ୍ରାୟ ନାହିଁ । କାରଣ ମଧ୍ୟ ବର୍ଗୀୟ ଲୋକ କିଣାବିକାଠାରୁ ଏବେ ଦୂରରେ  । ସେମାନେ ଏ ଦରଦାମ ବୃଦ୍ଧିକୁ ସାମ୍ନା କରିପାରୁ ନାହାନ୍ତି । କେବଳ ଧନୀ ଶ୍ରେଣୀର ଲୋକ ହିଁ ଦରଦାମ ବୃଦ୍ଧି ସହ ମୁକାବିଲା କରିପାରୁଛନ୍ତି ।

ସେହିପରି ଜଣେ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ କହିବା ଅନୁଯାୟୀ, ପେଟ୍ରୋଲ ପମ୍ପରେ ଏହାର ପ୍ରଭାବ ପଡିଛି । ପୂର୍ବରୁ ତେଲ ପାଇଁ ଲମ୍ବା ଲାଇନ ଲାଗୁଥିଲା । ଏବେ ପେଟ୍ରୋଲ ପମ୍ପ ଖାଲି ରହୁଛି । କାରଣ ଏବେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ଦର ୨୬୨ ଟଙ୍କା ରହିଛି । ନିମ୍ନ ବର୍ଗର ଲୋକଙ୍କୁ ଏଠାରେ ଘର ଖର୍ଚ୍ଚ ପାଇଁ ଋଣୁ କରିବାକୁ ପଡୁଛି   । ଏଠି ବଞ୍ଚିବା କଷ୍ଟକର ହୋଇଗଲାଣି ବୋଲି ଲୋକେ କହୁଥିବା କହିଛନ୍ତି ଏହି ପେଟ୍ରୋଲ ପମ୍ପ ମ୍ୟାନେଜର ।

Related Articles

Back to top button