ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଆର.ମାଧବନଙ୍କ ପୁଅ ବେଦାନ୍ତ ହାସଲ କଲେ ସଫଳତା

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ବଲିଉଡର ଲୋକପ୍ରିୟ ଅଭିନେତା ଆର.ମାଧବନଙ୍କ ପୁତ୍ର ବେଦାନ୍ତ ମାଧବନ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୫ଟି ସ୍ୱର୍ଣ୍ଣ ଓ ୨ ରୌପ୍ୟ ପଦକ ଜିତିଛନ୍ତି । ମାଧବନ ପୁଅର ସଫଳତାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ବେଦାନ୍ତ ପକେଇଥିବା ସମସ୍ତ ପଦକର ଫଟୋ ସହ ସେ ଲେଖିଛନ୍ତି ଭଗବାନଙ୍କ କୃପାରୁ ବେଦାନ୍ତ ସନ୍ତରଣର ୧୦୦ ମିଟର, ୨୦୦ ମିଟର, ୧୫୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୪୦୦ ଓ ୮୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି । ମାଧବନ ଆୟୋଜକ ମଧ୍ୟପ୍ରଦେଶ ସରକାରଙ୍କୁ ଏ ନେଇ ଅଭିନନ୍ଦନ ଜଣାଇଛନ୍ତି ।

ଗତ ବର୍ଷ ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପରେ ବେଦାନ୍ତ ୪ ରୌପ୍ୟ, ୩ ବ୍ରୋଞ୍ଜ ପଦକ ନିଜ ନାମରେ କରିଥିଲେ । ତାଙ୍କ ସଫଳତାକୁ ସୋସିଆଲ ମିଡିଆରେ ଭୂୟସୀ ପ୍ରଶଂସା କରାଯାଉଛି । ମହାରାଷ୍ଟ୍ର ଟିମ ସନ୍ତରଣରେ ଏବଂ ଓଭରାଲ ଚାମ୍ପିୟନଶିପ ଟ୍ରଫି ହାସଲ କରିଛି ।

Related Articles

Back to top button