ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା: ୨ଜଣଙ୍କ ମୃତ୍ୟୁ, ୧୮ ଆହତ

ପୁରୀ: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଆହତ। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଥିବା ସୂଚନା । ଦୁଇ ମୃତକ ହେଲେ ଅଟୋଚାଳକ ଓ ସେଥିରେ ବସିଥିବା ମହିଳା ଯାତ୍ରୀ। ତେବେ ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି।

ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ସକାଳେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ଏହି ସଡକ ଦୁର୍ଘଟଣା ଘଟିଥିଲା । ଆନ୍ଧ୍ରରୁ ପର୍ଯ୍ୟଟକଙ୍କୁ ନେଇ ଆସିଥିବା କାର୍ ସହ ଅଟୋର ଧକ୍କା ହୋଇଥିଲା। ପର୍ଯ୍ୟଟକ ମାନେ କୋଣାର୍କ ଭ୍ରମଣ କରି ଜଗା ଦର୍ଶନ ଲାଗି ପୁରୀ ଆସୁଥିଲେ। ପୁରୀ ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି  । ଏହି ଦୁର୍ଘଟଣାରେ ଟ୍ରଭେରା, ଅଟୋ ଓ ବାଇକ ଚୁରମାର ହୋଇଯାଇଛି  ।

Related Articles

Back to top button