ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ

ନୂଆଦିଲ୍ଲୀ : ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ । ଗ୍ରାଣ୍ଡ ଫିନାଲେରେ ବାଜି ମାରି ନେଇଛନ୍ତି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଷ୍ଟାନ୍‌ ଓ୍ବିନର ଏବଂ ଶିବ ଠାକ୍ରେଙ୍କୁ ରନର-ଅପ୍‌ ଘୋଷଣା କରିଛନ୍ତି। ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏମସି ଷ୍ଟାନ ଏଥର ବିଗ୍ ବସର ୱିନର୍ ହୋଇପାରିଛନ୍ତି । ତାଙ୍କୁ ଟ୍ରଫି ସହିତ ଏକ ହୁଣ୍ଡାଇ କାର୍‌ ଓ ୩୧ ଲକ୍ଷ ୮୦ ହଜାର ଟଙ୍କା ଦେଇ ପୁରସ୍କୃତ କରାଯାଇଛି।

ବିଗ୍ ବସ୍ ଟ୍ରଫି ଜିତିବା ପାଇଁ ଏମସି ଷ୍ଟାନଙ୍କ ସହ ଶିବ, ପ୍ରିୟଙ୍କା, ଅର୍ଚ୍ଚନା ଓ ଶାଲିନ ଦୌଡ଼ରେ ଥିଲେ। ସମସ୍ତଙ୍କୁ ପଛରେ ପକାଇ ଏମସି ଷ୍ଟାନ ଏଥର ବିଗ୍ ବସ୍ ଟ୍ରଫି ହାତେଇଛନ୍ତି। ସେହିପରି ଦ୍ଵିତୀୟ ଭାବେ ଶିବ, ତୃତୀୟରେ ପ୍ରିୟଙ୍କା, ଚତୁର୍ଥରେ ଅର୍ଚ୍ଚନା ଏବଂ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ଶାଲିନ । ହିନ୍ଦୀ ମାତୃଭାଷା ‘ ଡାଇଲଗ ପାଇଁ ଚର୍ଚ୍ଚିତ ରେପର ଏମସି ଷ୍ଟାନ । ରବିବାର ସୋ’ର ଗ୍ରାଣ୍ଡ ଫିନାଲେରେ ତାଙ୍କୁ ବିଜେତା ଭାବେ ଘୋଷଣା କଲେ ହୋଷ୍ଟ ତଥା ଅଭିନେତା ସଲମାନ ଖାନ ।

୨୦୨୨ ଅକ୍ଟୋବର ୧ରେ ୨୦ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିଲା ବିଗ୍‌ବସ୍‌ ସିଜନ୍‌-୧୬। ଏହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରିୟଙ୍କା ଚହର ଚୌଧରୀ, ଏମ୍‌ସି ଷ୍ଟାନ୍‌, ଶାଲିନ୍‌ ଭନୋତ୍‌, ଅର୍ଚ୍ଚନା ଗୌତମ ଓ ଶିବ ଠାକ୍‌ରେ ରହିଥିଲେ। ଶାଲିନ୍‌, ଅର୍ଚ୍ଚନା ଓ ପ୍ରିୟଙ୍କା ଏଲିମିନେଟ୍‌ ହେବା ପରେ ବାକି ରହିଥିଲେ ଏମ୍‌ସି ଷ୍ଟାନ୍‌ ଏବଂ ଶିବ ଠାକ୍‌ରେ। ତେବେ ଦୁହିଁଙ୍କ ମଧ୍ୟରୁ କିଏ ବିଗ୍‌ବସ୍‌ ମୁକୁଟ ପିନ୍ଧିବେ ତାକୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସୁକତା ଲାଗି ରହିଥିଲା। ସମସ୍ତେ ନିଜ ନିଜ ପସନ୍ଦର କଣ୍ଟେଷ୍ଟାଣ୍ଟଙ୍କୁ ଜିତାଇବା ପାଇଁ ଜୋର୍‌ଦାର ଉଦ୍ୟମ କରିଥିଲେ। ହେଲେ ୧୩୪ ଦିନର ଏହି ଅନ୍‌ଲାଇନ୍‌ କଣ୍ଟେଷ୍ଟରେ ବିଜୟୀ ହୋଇଥିଲେ ର଼୍ୟାପର୍‌ ଏମ୍‌ସି ଷ୍ଟାନ୍‌।

ଏହା ବିଗ୍‌ବସ୍‌ରେ ଅଭିନେତା ସଲମାନ୍‌ ଖାନ୍‌ଙ୍କ ତ୍ରୟୋଦଶ ହୋଷ୍ଟିଂ ବୋଲି ଜଣାପଡ଼ିଛି  । ତେବେ ଏହି ୧୯ ସପ୍ତାହର ଖେଳ ସହିତ ଶେଷ ଦିନରେ ସୋ’ର ହୋଷ୍ଟ ଥିବା ସଲମାନ ଖାନ୍ ପ୍ରତିଯୋଗୀ ପ୍ରିୟଙ୍କା ଚୌଧୁରୀଙ୍କୁ ବିଗବସ ଇତିହାସର ସବୁଠାରୁ ନିଆରା ପ୍ରତିଯୋଗୀ ବୋଲି କହିଛନ୍ତି ।

Related Articles

Back to top button