ବାହାଘର ପ୍ରସେଶନ ବେଳେ ରୋଷଣୀ ହେଲା କାଳ, ୧୧ ବଖରା ଜାଳି ପୋଡି ଛାରଖାର

ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ ଆଜି ଅପରାହ୍ନରେ ଗାନ୍ଧିଛକ ନିକଟରେଏକ ବରଯାତ୍ରୀ ରୋଷଣୀ କରି ଯାଉଥିଲା । ବରଯାତ୍ରୀ ଦଳ ଏକ ଚାଇନା ବାଣ ଫୁଟାଇଥିଲେ । ଯାହା ଆକାଶକୁ ଯାଇ ଫୁଟିବା ପରେ ତା’ର ନିଆଁ ତଳକୁ ଆସିଥିଲା । ସେହି ନିଆଁ ଯାଇ ସିଧା ଯାଇ ପଡିଲା ଏକ ବସ୍ତି ଉପରେ । ଚାହୁଁ ଚାହୁଁ ପୁରା ବସ୍ତି ଜଳି ଉଠିଲା । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭଗ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ୧୧ ବଖରା ଘର ପୁରା ଜଳି ଯାଇଥିଲା । ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ଜଣାପଡିନାହିଁ । କ୍ଷୟକ୍ଷତି ଆକଳନ ହୋଇନଥିଲେ ମଧ୍ୟ ଏଥିରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇ ଯାଇଛି ବୋଲି ଅନୁମାନ କରାଯାଉଛି । ଏହାର କ୍ଷତିପୂରଣ କିଏ କରିବ, ସରକାର ନା ବରଯାତ୍ରୀ ଦଳ, ଏହାକୁ ନେଇ ଏବେ ଦ୍ୱନ୍ଦ ଉପୁଜିଛି ।

Related Articles

Back to top button