ବନ୍ଦ ଘରୁ ମିଳିଲା ମା’ଙ୍କ ସହ ଦୁଇ ପୁତ୍ରଙ୍କ ମୃତଦେହ

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ଦୁରୁକୁଳିଆ ଗ୍ରାମରେ ଏକ ଘରୁ ପୋଲିସ ଜଣେ ମହିଳା ଏବଂ ତାଙ୍କ ୨ ପୁଅଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣଙ୍କ ହେଲେ କ୍ଷଣପ୍ରଭା ନାଏକ (୩୫), ଦୁଇ ଶିଶୁ ପୁତ୍ରଙ୍କ ବୟସ ୩ ରୁ ୪ ବର୍ଷ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ତାଙ୍କ ସାମୀ ଭୀମସେନ ନାଏକ ଜଣେ ଚାଷୀ। ସେ ଘରେ ନ ଥିବା ବେଳେ ଏହି ଅଘଟଣା ଘଟିଛି। ତେବେ ଦୁଇ ଶିଶୁ ପୁତ୍ରଙ୍କୁ ମାରି ମା’ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ ହେଁ ପୋଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି। ତାଙ୍କର ବଡ ଝିଅ ସ୍କୁଲ ଯାଇଥିବାରୁ ସୁରକ୍ଷିତ ଅଛନ୍ତି। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଯାଇଥିବା ବେଳେ ସେଠାରୁ ଫେରିବା ପରେ ଏଭଳି ଘଟଣା ଦେଖି ପୋଲିସକୁ ଜଣାଇଥିଲେ।

Related Articles

Back to top button