ମହିଳା ପ୍ରିମିୟର ଲିଗ୍ ପ୍ରଥମ ସିଜନର କାର୍ଯ୍ୟସୂଚୀ ଜାରି କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମହିଳା ପ୍ରିମିୟର ଲିଗ୍ ପ୍ରଥମ ସିଜନର କାର୍ଯ୍ୟସୂଚୀ ଜାରି କରିଛି। ମୁମ୍ବାଇରେ ୧୩ ତାରିଖରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌ର ସଫଳ ନିଲାମୀ ପରେ ଏହି କାର୍ଯ୍ୟସୂଚୀ ଜାରି ହୋଇଛି । ଲିଗ୍‌ର ଉଦଘାଟନୀ ସଂସ୍କରଣରେ ୫ଟିମ୍ ଭାଗ ନେଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦଳମାନେ ଆନ୍ତର୍ଜାତୀୟ ଖେଳାଳିଙ୍କ ସହିତ ଅନେକ ଘରୋଇ ଖେଳାଳିଙ୍କୁ କିଣିବା ପାଇଁ ଅଖିବୁଜି ଟଙ୍କା ଖର୍ଚ୍ଚ କରିଛନ୍ତି ।

ମାର୍ଚ୍ଚ ୪ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜିଆଣ୍ଟସ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ସହିତ WPL ଆରମ୍ଭ ହେବ। ମହିଳା ପ୍ରିମିୟର ଲିଗର ପ୍ରଥମ ସିଜନରେ ମୋଟ ୨୦ ଟି ଲିଗ୍ ମ୍ୟାଚ୍ ଏବଂ ୨ ଟି ପ୍ଲେ ଅଫ୍ ଖେଳାଯିବ। ଲିଗ୍ ର ସମସ୍ତ ମ୍ୟାଚ୍ ୨୩ ଦିନ ମଧ୍ୟରେ ଖେଳାଯିବ। ଡିସି ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଜିଆଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବ୍ଲକବଷ୍ଟର ସଂଘର୍ଷ ସହ ଏହି ଲିଗ୍ ମାର୍ଚ୍ଚ ୪ ରୁ ଆରମ୍ଭ ହେବ ବୋଲି ବିସିସିଆଇ ଏକ ବିବୃତ୍ତିରେ କହିଛି।

Related Articles

Back to top button