ଏୟାର ଇଣ୍ଡିଆ-ବୋଇଙ୍ଗ୍‌ ଚୁକ୍ତି: ଆମେରିକା ଠାରୁ ୨୨୦ଟି ବୋଇଙ୍ଗ୍‌ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଏବଂ ବୋଇଙ୍ଗ୍‌ ମଧ୍ୟରେ ଚୁକ୍ତି ହୋଇଛି। ଚୁକ୍ତି ଅନୁସାରେ ଏୟାର ଇଣ୍ଡିଆ ଆମେରିକାଠାରୁ ୨୨୦ ବୋଇଙ୍ଗ ବିମାନ କିଣିବ। ଏହାକୁ ଆମେରିକା ରାଷ୍ଟ୍ରପତି ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଏହା ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଏୟାର ଇଣ୍ଡିଆ ୩୪ ଶହ କୋଟି ଡଲାରରେ ଏହି ବିମାନ କିଣିବ। ଏହା ସହିତ ୭୦ ଅନ୍ୟ ବିମାନ ମଧ୍ୟ କିଣାଯିବ। ଫଳରେ ମୋଟ ଚୁକ୍ତିର ପରିମାଣ ୪୫.୯ ଶହ କୋଟି ଡଲାର ହେବ ବୋଲି କୁହାଯାଉଛି।

ଏହି ଚୁକ୍ତି ଦ୍ୱାରା ଆମେରିକାର ୪୪ ରାଜ୍ୟରେ ୧୦ ଲକ୍ଷରୁ ଅଧକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବାଇଡେନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଏକ ଐତିହାସିକ କ୍ଷଣ ବୋଲି କହିଛନ୍ତି। ଦୁଇ ଦେଶ ନିର୍ମାଣ କ୍ଷେତ୍ରରେ ଆଗୁଆ ରହିଥିବା ମୋଦି କହିଛନ୍ତି।

Related Articles

Back to top button