ଆଜିଠୁ ଦଶମ ଶ୍ରେଣୀ ଦ୍ୱିତୀୟ ସମ୍ମେଟିଭ ଆସେସ୍‌ମେଣ୍ଟ ପ୍ରାକ୍ଟିକାଲ ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷାର ଦ୍ୱିତୀୟ ସମ୍ମେଟିଭ ଆସେସ୍‌ମେଣ୍ଟ (ଏସ୍‌ଏ-୨) ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ। ଏହି ପରୀକ୍ଷା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥୋରିଟି (ଓସେପା)ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ପରିଚାଳିତ ହେବ। ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ଛାତ୍ରୀଛାତ୍ରମାନଙ୍କର ମାର୍କ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ। ବାହ୍ୟ ପରୀକ୍ଷକଙ୍କ ଦ୍ୱାରା ମାର୍କ ଅପ୍‌ଲୋଡ୍‌ ହେବ ଏବଂ ଏଥିରେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକ ସହଯୋଗ କରିବେ। ମାର୍କ ଅପ୍‌ଲୋଡ୍‌ କରିବା ପାଇଁ ବୋର୍ଡ ୱେବ୍‌ସାଇଟ୍‌ରେ ୧୫ ତାରିଖଠାରୁ ଲିଙ୍କ୍‌ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

Related Articles

Back to top button