ଆସନ୍ତା ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି

ୱାଶିଂଟନ: ଆସନ୍ତା ବର୍ଷ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ।  ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲି  ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼ିବେ। ଏ ନେଇ ନିଜେ ନିକ୍କି ମଙ୍ଗଳବାର ଏକ ଭିଡିଓ ବାର୍ତ୍ତା ଦେଇ ଘୋଷଣା କରିଛନ୍ତି। ଭିଡିଓରେ ସେ କହିଛନ୍ତି, ‘ମୁଁ ନିକି ହାଲି । ମୁଁ ରାଷ୍ଟ୍ରପତି ପଦ ପାଇଁ ଦୌଡରେ ସାମିଲ ହେବାକୁ ଯାଉଛି ।’

ସେ ଆହୁରି କହିଛନ୍ତି, ଏବେ ନୂଆ ପୀଢିଙ୍କର ନେତୃତ୍ୱ ନେବାର ସମୟ । ରାଜକୋଷର ଦାୟିତ୍ୱବୋଧକୁ ପୁଣି ଥରେ ଖୋଜିବାର, ଆମର ସୀମାକୁ ସୁରକ୍ଷିତ ରଖିବାର ଏବଂ ଆମର ଦେଶ, ଆମ ଗୌରବ ଏବଂ ଆମ ଉଦ୍ଦେଶ୍ୟକୁ ମଜବୁତ କରିବାର ସମୟ ଆସିଛି ।’

ନିକିଙ୍କର ଏପରି ଘୋଷଣା ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି । କାରଣ ଏହା ପୂର୍ବରୁ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ।

ନିକ୍କି ଏହା ପୂର୍ବରୁ ମିଳିତ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଭାବେ କାମ କରୁଥିଲେ ।  ଏହା ବ୍ୟତୀତ ସେ ଦକ୍ଷିଣ କାରୋଲିନାର ଗଭର୍ଣ୍ଣର ପଦରେ ମଧ୍ୟ ରହିଥିଲେ।  ସେ ରାଷ୍ଟ୍ରପଦି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହେବା ସହ ନିଜକୁ ଗେମଚେଞ୍ଜର ବୋଲି କହିଛନ୍ତି । ସେ   ଦେଶକୁ ଉପଯୁକ୍ତ ଦିଗ ଦେଇପାରିବେ ବୋଲି ଦାବି ମଧ୍ୟ କରିଛି।

ଏହା ପୂର୍ବରୁ ନିକ୍କି ବାଇଡେନଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲି ସଙ୍କେତ ଦେଇଥିଲେ । କିଛି ଦିନ ତଳେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଗଭର୍ଣ୍ଣର ଏବ ରାଜଦୂତ ଭାବେ ବହୁତ ଭଲ କାମ କରିଛନ୍ତି । ରାଜ୍ୟପାଳ ଥିବା ସମୟରେ ଦେଶ ବେରୋଜଗାରୀ ସହ ଲଢୁଥିବାବେଳେ ସେ ଏହାକୁ ସାମ୍ନା କରିଥିଲେ ଏବଂ ଏହାକୁ ସର୍ବଶ୍ରେଷ୍ଠ ରାଜ୍ୟର ମାନ୍ୟତା ଦେଇଥିଲେ ।

ନିକ୍କିଙ୍କ ବାପା ମା’ ଅମୃତସରର ମୂଳ ବାସିନ୍ଦା। ପରେ ସେମାନେ ଆମେରିକା ଚାଲିଯିବା ସହ ସେଠାକାର ନାଗରିକତ୍ୱ ଗ୍ରହଣ କରିଛନ୍ତି।   ୨୦୨୪ ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏ ବିଷୟରେ ଆଜି ନିକ୍କି ଦକ୍ଷିଣ କେରୋଲିନାର ଚାର୍ଲସଟନରେ ଅଭିଭାଷଣ ଦେବେ ଏବଂ ସେଥିରେ ତାଙ୍କ ଅଭିଯାନ ବିଷୟରେ ସବିଶେଷ ସୂଚନା ଦେବେ ।

Related Articles

Back to top button