ଟଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ଜାହ୍ନବୀ କପୁର: ‘ଏନ୍‌ଟିଆର ୩୦’ରେ ନଜରକୁ ଆସିବେ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ  ଝିଅ ଜାହ୍ନବୀ କପୁର ଏବେ ଟଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ।ଏକାଧିକ ପ୍ରୋଜେକ୍ଟ ନେଇ ବ୍ୟସ୍ତ ଥିବା ଜାହ୍ନବୀ ଖୁବ୍‌ଶୀଘ୍ର ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍‌ଟିଆରଙ୍କ ସହ ନଜରକୁ ଆସିବେ । ଫିଲ୍ମର ଟାଇଟେଲ୍ ରହିଛି ‘ଏନ୍‌ଟିଆର ୩୦’ ଯାହାର ନିର୍ଦ୍ଦେଶନା ଦେଉଛନ୍ତି କୋରତାଲା ଶିବା । ଖୁବ୍‌ଶୀଘ୍ର ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ଏହି ଫିଲ୍ମ ଜୁନିୟର ଏନ୍‌ଟିଆରଙ୍କ ପାଇଁ ବିଗ୍ ବଜେଟ୍‌ର ମୁଭି । ଏହା ପୂର୍ବରୁ ଜାହ୍ନବୀ ମାଲାୟଲମ୍ ଥ୍ରିଲର ଫିଲ୍ମ ‘ହେଲେନ୍‌’ର ରିମେକ୍ ଫିଲ୍ମ ‘ମିଲି’ରେ ଅଭିନୟ କରିଥିଲେ । ଏଥିସହ ଚଳିତ ବର୍ଷ ଅଗଷ୍ଟ ରେ ରିଲିଜ୍ ହେବାକୁ ଥିବା ତେଲୁଗୁ ଫିଲ୍ମ ‘ଜନ ଗଣ ମନ’ରେ ଦେଖିବାକୁ ମିଳିବେ ଜାହ୍ନବୀ ।

Related Articles

Back to top button