ରାୟଗଡ଼ାରେ ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ଯୁବକ

ରାୟଗଡ଼ା:  ସେଲଫି ନେବା ବେଳେ ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଗାଁକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ଜଣ । ସେଠାରେ ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ଦେବେନ୍ଦ୍ର ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ସେଲଫି ନେବା ଲାଗି ଚଢ଼ି ଯାଇଥିଲେ । ଏହି ସମୟରେ ବିଦ୍ୟୁତ ତାରରେ ଲାଗି ଯୁବକ ଜଣକ ଜଳିଯାଇଥିଲେ । ବର୍ତ୍ତମାନ ଏହି ମୃତ ଦେହକୁ ଆରବିଏଫ ଉଦ୍ଧାର କରିଛି ।

ସୂଚନାମୁତାବକ ଏହି ଅଘଟଣଟି କଲ୍ୟାଣସିଂପୁର ଭାଲୁମୁସକା ଷ୍ଟେସନରେ ଘଟିଥିବାର ସୂଚନା ମିଳିଛି ।  ଘଟଣାସ୍ଥଳରେ ହିଁ ଦେବେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଓ ଜିଆରପି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି । ମୃତ ଦେବେନ୍ଦ୍ର କାଶୀପୁର ବ୍ଲକ ବତ୍ରିବାଲି ଗାଁର ବୋଲି ସୂଚନା ମିଳିଛି ।

Related Articles

Back to top button