ଲାଇଫ୍ ମିଶନ ଦୁର୍ନୀତି ମାମଲାରେ କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ସଚିବଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଲାଇଫ୍ ମିଶନ ଦୁର୍ନୀତି ମାମଲାରେ କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବଜନୟଙ୍କର ପୂର୍ବତନ ପ୍ରଧାନ ମୁଖ୍ୟ ସଚିବ ଏମ୍‌ ଶିବଶଙ୍କରଙ୍କୁ ଗିରଫ କଲା ଇଡି। ଏହି ଦୁର୍ନୀତି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରି। ଏହି ଦୁର୍ନୀତି ମାମଲାରେ ଗତ ୩ ଦିନ ଧରି ପଚରାଉଚରା କରିବା ପରେ  ଏମ୍‌ ଶିବସଙ୍କରଙ୍କୁ ଅଟକ ରଖାଯାଇଛି।

ରାଜ୍ୟ ସରକାରଙ୍କର ଲାଇଫ୍ ମିସନ ଯୋଜନାରେ ତ୍ରିସୁର ଜିଲ୍ଲା ୱାଡ଼ାକାଞ୍ଚେରୀର ୧୪୦ ପରିବାର ପାଇଁ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା।ଏଥିପାଇଁ ଏହି ଯୋଜନାରେ ମୋଟ ଆବଶ୍ୟକୀୟ ୧୮.୫୦ କୋଟିରୁ ୧୪.୫୦ କୋଟି ଟଙ୍କା ୟୁଏଇ ଦୂତାବାସ ଦ୍ୱାରା ରେଡ୍ କ୍ରିସେଣ୍ଟ ଅନୁମୋଦନ ଦେଇଥିଲା। ବାକି ଟଙ୍କାରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଥିଲା।

ଏଥିପାଇଁ UNITAC ବିଲ୍‌ଡରମାନଙ୍କୁ ନିର୍ମାଣର ଠିକା ଦିଆଯାଇଥିଲା। ତେବେ ଏହି କଣ୍ଟ୍ରାକ୍ଟ ନେବାକୁ କମ୍ପାନୀକୁ ୪.୪୫ କୋଟି ଲାଞ୍ଚ ଦେବାକୁ ପଡିଥିଲା ବୋଲି UNITAC ମ୍ୟାନେଜିଂ ଡାଇରେକ୍ଟର ସନ୍ତୋଷ ଇଆପେନ କହିଛନ୍ତି। ଏହି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଘଟଣାରେ ଲାଞ୍ଚ ନେଇଥିବା ଅଭିଯୁକ୍ତ ସ୍ୱପ୍ନା ସୁରେଶ ଓ ସରିତ ପିଏସ୍ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଶିବଶଙ୍କର ହାତ ଥିଲା ବୋଲି ଅଭିଯୋଗ କରିଥିଲେ। ଏହାପରେ ମମଲାର ତଦନ୍ତ ଆରମ୍ଭ ହୋଇଥିଲା। ଗତ ୩ ଦିନ ପଚରାଉଚରା କରିବା ପରେ ଇଡି ଶିବଶଙ୍କରଙ୍କୁ ଗିରଫ କରିଛି

Related Articles

Back to top button