ଇସଲାମାବାଦରେ ଥିବା ବାଣିଜ୍ୟ ଦୂତାବାସ ବନ୍ଦ କଲା ଚୀନ

ଇସଲାମାବାଦ: ପାକିସ୍ତାନ ଏବେ ବଡ଼ ସଂକଟରେ ପଡ଼ିଯାଇଛି । ଗୋଟିଏ ପଟେ ଆର୍ଥିକ ସଂକଟ ଦିନକୁ ଦିନ ଅଧିକ ଉତ୍କଟ ହେଉଥିବାବେଳେ ସୁରକ୍ଷା ସ୍ଥିତି ମଧ୍ୟ ବିପନ୍ନ ହେଉଛି । ତେହେରିକ-ଏ-ତାଲିବାନ ପାକିସ୍ତାନ ପକ୍ଷରୁ ନିୟମିତଭାବେ ପାକିସ୍ତାନ ସେନା ଉପରେ ଆକ୍ରମଣ କରାଯାଉଛି । ଏହାକୁ ନେଇ ଚୀନ ଚିନ୍ତିତ ହେବା ସହ ଇସଲାମାବାଦରେ ଥିବା ନିଜର କନସୁଲେଟ୍ (ବାଣିଜ୍ୟ ଦୂତାବାସ) ଅଫିସକୁ ସାମୟିକ ଭାବେ ବନ୍ଦ କରିଦେଇଛି ।

ଚୀନ ଦୂତାବାସ ନିଜର ୱେବସାଇଟରେ ଏହା ଘୋଷଣା କରିଛି । ମାତ୍ର କେଉଁ “ବୈଷୟିକ ସମସ୍ୟା” ଯୋଗୁଁ ବନ୍ଦ କରାଯାଇଛି  କିମ୍ବା ଏହାକୁ ବନ୍ଦ କରିବାର ସମୟ ସୀମା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହିଁ । କିନ୍ତୁ ବାରମ୍ବାର ବେଲୁଚ ବିଦ୍ରୋହୀମାନଙ୍କ ଦ୍ବାରା ଚୀନ ନାଗିରକଙ୍କ ଉପରେ ଆକ୍ରମଣ କାରଣରୁ ଚୀନ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

ଗତ ଫେବ୍ରୁଆରି ୧୩ରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇସଲାମାବାଦସ୍ଥିତ ଚୀନ୍ ଦୂତାବାସ ବିଭାଗ ଅସ୍ଥାୟୀ ଭାବେ ବନ୍ଦ ରହିବ ବୋଲି ଦୂତାବାସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଗତ ସପ୍ତାହରେ ଚୀନ୍ ସରକାର ଏକ ନୋଟିସ୍ ଜାରି କରି ପାକିସ୍ତାନରେ ଚୀନ୍ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତ ବର୍ଷ ଶେଷ ଆଡ଼କୁ ତେହେରିକ-ଏ-ତାଲିବାନ ପାକିସ୍ତାନ ଓ ପାକିସ୍ତାନ ସରକାରଙ୍କ ସହ ଥିବା ଯୁଦ୍ଧବିରତି ଚୁକ୍ତି ବାତିଲ ହେବା ପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି । ପାକିସ୍ତାନରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡରରେ କାମ କରୁଥିବା ଚୀନ୍ ନାଗରିକଙ୍କୁ ବିଭିନ୍ନ ଆତଙ୍କବାଦୀ ସଂଗଠନ ଆକ୍ରମଣ କରୁଛନ୍ତି ।

Related Articles

Back to top button