ବିଏମସିର ନୂତନ ବିଲ୍ଡିଂ ଉଦଘାଟିତ: ଲୋକାର୍ପିତ ହେଲା ‘ସଫା ଆପ’

ଭୁବନେଶ୍ୱର: ଆଜି ଉଦଘାଟିତ ହୋଇଛି ବିଏମସି ର ନୂତନ ବିଲ୍ଡିଂ । ଯେଉଁ ନୂତନ ବିଲ୍ଡିଂକୁ ବିଏମସି ଯିବ ବୋଲି ପ୍ରାୟ ଚାରିବର୍ଷ ହେବ ଚର୍ଚ୍ଚା ହେଉଥିଲା ଆଜି ସେଇ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏଆଇସିଏମଓସି ଟାୱାରର ଉଦଘାଟନ କରାଯାଇଛି । ବର୍ତ୍ତମାନ ବିଏମସିର ପୁରୁଣା କାର୍ଯ୍ୟାଳୟର ଛାଡି ସବୁ କର୍ମଚାରୀ ନୂତନ ବିଲ୍ଡିଂ ରେ କାର୍ଯ୍ୟ କରିବେ। ସତ୍ୟନାଗର ସ୍ଥିତ ଆଇସିଏମଓସି ବାର ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହୋଇଛି ବିଏମସି କାର୍ଯ୍ୟାଳୟ। ପୂର୍ବରୁ ଏହି କୋଠାକୁ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ସ୍ମାର୍ଟସିଟି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇସାରିଛି।

ଆଶା କରାଯାଉଛି ଏପ୍ରିଲ ମାସ ସୁଦ୍ଧା ଏହା ସମ୍ପୂର୍ଣ ହେବ କିନ୍ତୁ ଏହା ସମୟ ପୂର୍ବରୁ ସରିଛି। ନୂଆ ବିଲିଂ ରେ ମିଟିଂ ହଲ୍, କ୍ୟାଣ୍ଟିନ୍, ପାକିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ପାଞ୍ଚମହଲାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏହି ୫ ମହଲାରେ ବିଭିନ୍ନ ସଂସ୍ଥା ସେମାନଙ୍କର ଅଫିସ ଆଦି କରିବା ସହ ଏ ବାବଦକୁ ଅର୍ଥ ପ୍ରଦାନ କରିବେ।

ସେହିପରି ବିଏମସିକୁ ଏଠାରେ ୩ଟି ଫ୍ଲୋର୍‌‌ ମିଳିଥିବା ବେଳେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଗୋଟିଏ ମହଲାରେ ରହିବ। ଟ୍ରାଫିକ ମ୍ୟାନେଜମେଣ୍ଟ, ସହରର ସମସ୍ତ ସିସିଟିଭି ପରିଚାଳନା, ଏମରଜେନ୍ସି ପରିଚାଳନା, ସ୍ମାର୍ଟ ସଫେଇ ଭଳି କାର୍ଯ୍ୟକ୍ରମ ଏହି ICOMC ଟାୱାର ରୁ ପରିଚାଳନା କରାଯିବ। ଏହା ସହ ଏକ ‘ସଫା ଆପ’ର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଆପ ମାଧ୍ୟମରେ ସହରର ଆବର୍ଜନା ସମ୍ପର୍କରେ ଲୋକେ ବିଏମସି କୁ ଅବଗତ କରାଇପାରିବେ। ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ଏହି ନୂତନ ବିଏମସି ଅଫିସ ଚାଲିବ ବୋଲି ବିଏମସି ମେୟରଓ କମିଶନର ସୂଚନା ଦେଇଛନ୍ତି।

Related Articles

Back to top button