ସେଲଫି ନେବାକୁ ମନା କରିବାରୁ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦର ନିକଟ ଏକ ହୋଟେଲ ସମ୍ମୁଖରେ ଟିମ୍‌ ଇଣ୍ଡିଆ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଗୁରୁବାର ଏହା ଲୋକଲୋଚନକୁ ଆସିଛି। ଏପରିକି ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ପୋଲିସକୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ସେଲଫି ନେବାକୁ ମନା କରିବାରୁ କେତେକ ପ୍ରଶଂସକ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି। ଅନ୍ୟପକ୍ଷେ ଏକ ବେସବଲ ବ୍ୟାଟରେ ପୃଥ୍ବୀଙ୍କୁ ଆକ୍ରମଣ କରିବା ସହ ସେ ବସିଥିବା କାରକୁ ଭଙ୍ଗାରୁଜା କରାଯାଇଛି। ଏପରିକି ଉତ୍ତକ୍ତ ଲୋକେ ପୃଥ୍ବୀଙ୍କୁ ୫୦,୦୦୦ ଟଙ୍କା ଦେବାକୁ ଦାବି କରିଥିଲେ। ଏପରିକି ଟଙ୍କା ନ ଦେଲେ ମିଥ୍ୟା ମାମଲାରେ ଫସାଇ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ଧମକ ଦେଇଥିଲେ। ଏନେଇ ପୃଥ୍ବୀଙ୍କ ଜଣେ ବନ୍ଧୁ ଓଶିଓ୍ବାରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା ୧୪୩, ୧୪୮, ୧୪୯, ୩୮୪, ୪୩୭, ୫୦୪, ୫୦୬ରେ ୮ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ୨ ଜଣଙ୍କୁ ଚିହ୍ନଟ କରିଥିବା ବେଳେ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ଖୋଳତାଡ଼ କରୁଛି।

Related Articles

Back to top button