ଅର୍ଥ ହେରଫେର ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ୯ ଦିନିଆ ରିମାଣ୍ଡରେ ନେଲା ଇଡି

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଇଡି ଗିରଫ କରିଛି। ଇଡି ଗୁରୁବାର ପଟିଆଲା ହାଉସ କୋର୍ଟରେ ସୁକେଶଙ୍କୁ ହାଜର କରିଥିଲା। ପରେ କୋର୍ଟ ସୁକେଶଙ୍କୁ ୯ ଦିନ ରିମାଣ୍ଡରେ ପଠାଇଛନ୍ତି। ଏକ ନୂଆ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଇଡି ଗିରଫ କରିଛି। ଏହି ମାମଲା ରେଲିଗେୟର ଏଣ୍ଟରପ୍ରାଇଜେସ ଲିମିଟେଡ୍‌ର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ୩.୫ କୋଟି ଟଙ୍କା ଠକେଇ ସହ ଜଡିତ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସୁକେଶଙ୍କୁ ୯ ଦିନ ପାଇଁ ଇଡି ହେପାଜତକୁ ପଠାଇଛନ୍ତି। ଅତିରିକ୍ତ ଅଧିବେଶନ ବିଚାରପତି ଶୈଳେନ୍ଦ୍ର ମଲିକ ମଧ୍ୟ ସୁକେଶଙ୍କୁ ପ୍ରତିଦିନ ୧୫ ମିନିଟ ସମୟ ପାଇଁ ତାଙ୍କ ଓକିଲଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି।

ତେବେ ସୁକେଶ ୨୦୦ କୋଟି ଠକେଇ ମାମଲାରେ ପୂର୍ବରୁ ନ୍ୟାୟିକ ହେପାଜତରେ ଅଛନ୍ତି। ସେ ଫୋର୍ଟିସ ହେଲ୍ଥ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ପତ୍ନୀ ଅଦିତି ସିଂଙ୍କୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଥିଲା।

Related Articles

Back to top button