ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ପ୍ରେମିକ ଶିଜାନଙ୍କ ବିରୋଧରେ ୫୨୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ପୋଲିସ

ମୁମ୍ବାଇ : ପୁଣି ଅଡ଼ୁଆରେ ପଡ଼ିଲେ ଶିଜାନ ଖାନ୍‌।  ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା। ତୁନିଶାଙ୍କ ପ୍ରେମିକ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଛି ।

ପ୍ରସିଦ୍ଧ ଟିଭି ସିରିଏଲ ‘ଆଲିବାବା ଦସ୍ତାନ-ଏ-କାବୁଲ’ର ମୁଖ୍ୟ ଅଭିନେତ୍ରୀ ତୁନିଶା ଶର୍ମା ଗତ ବର୍ଷ ଡିସେମ୍ବର ୨୪ ରେ ସୋ’ ରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପରେ ତୁନିଶାଙ୍କ ପୂର୍ବତନ ପ୍ରେମିକ ଶିଜାନ ମହମ୍ମଦ ଖାନଙ୍କୁ ପୋଲିସ ଗିରଫ କରିଥିଲା। ସେବେଠାରୁ ଶିଜାନ ଖାନଙ୍କ ଅସୁବିଧା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ କୋର୍ଟରେ ଶିଜନ ଖାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଛି । ତୁନିଶା ଶର୍ମାଙ୍କ କଲ୍‌ ଡିଟେଲ୍ସ ଏବଂ ଚାଟ୍‌ରେ ଶିଜାନ ଖାନ୍‌ଙ୍କ ସହ କଥା ହୋଇଥିବା ସମସ୍ତ ତଥ୍ୟ ଏଥିରେ ଅର୍ନ୍ତଭୁକ୍ତ ରହିଛି ।

ଅନ୍ୟପଟେ,ଶୁକ୍ରବାର ବମ୍ବେ ହାଇକୋର୍ଟରେ ଶିଜାନଙ୍କ ଜାମିନ ଆବେଦନର ଶୁଣାଣି ହେବ। ଏହାପୂର୍ବରୁ ଭାସାଇ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥି ସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୩ ଫେବୃଆରୀରେ ହେବ ବୋଲି ସୂଚନା ରହିଛି ।

Related Articles

Back to top button