ବିଶ୍ୱ ରେକର୍ଡ କଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ନୂଆଦିଲ୍ଲୀରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିଶ୍ୱ ରେକର୍ଡ କରିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଉସମାନ ଖ୍ବାଜାଙ୍କ ଉଇକେଟ ନେବା ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। କ୍ରିକେଟ ଇତିହାସରେ ସେ କିମ୍ବଦନ୍ତୀ କପିଲ ଦେବ ଏବଂ ଇମ୍ରାନ ଖାଁଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟରେ ୨୫୦ କିମ୍ବା ଅଧିକ ଉଇକେଟ ନେବା ସହି ୨୫୦୦ରୁ ଅଧିକ ରନ କରିବାରେ ଦ୍ରୁତତମ ଏସୀୟ କ୍ରିକେଟର ହୋଇଛନ୍ତି। ଜାଡେଜା ତାଙ୍କର ୬୨ ତମ ଟେଷ୍ଟ ଖେଳିବାବେଳେ ଏହି ସଫଳତା ହାସଲ କରିଛନ୍ତି।

ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇୟାନ ବୋଥମ ନିଜ କ୍ୟାରିୟରର ୫୫ ତମ ଟେଷ୍ଟରେ ଏହି କୀର୍ତ୍ତିମାନ ହାସଲ କରିଥିଲେ। ହେଲେ ଇମ୍ରାନଙ୍କୁ ଏଥିଲାଗି ୬୪ ଟେଷ୍ଟ ଏବଂ କପିଲଙ୍କୁ ୬୫ ଟି ଟେଷ୍ଟ ଖେଳିବାକୁ ପଡିଥିଲା।

ଟେଷ୍ଟ କ୍ରିକେଟରେ ୨୫୦ ଉଇକେଟ ନେଇଥିବା ଭାରତୀୟ ଖେଳାଳି ତାଲିକାରେ ଜାଡେଜା ଅଷ୍ଟମ। ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ, ରବିଚନ୍ଦ୍ରନ ଅଶ୍ୱିନ, କପିଲ ଦେବ, ହରଭଜନ ସିଂ, ଇଶାନ୍ତ ଶର୍ମା, ଜାହିର ଖାଁ, ବିଶନ ସିଂ ବେଦୀ ଏହି କାରନାମା କରିଥିଲେ। ୬୨ ତମ ଟେଷ୍ଟର ୧୧୭ ତମ ଇନିଂସରେ ବୋଲିଂ କରୁଥିବା ବେଳେ ଜାଡେଜା ହାରାହାରି ୨୪.୪୨ ସହ ୨୫୦ ଟେଷ୍ଟ ୱିକେଟ ହାସଲ କରିଛନ୍ତି।

ବୋଲିଂ ଭଳି ବ୍ୟାଟିଂରେ ମଧ୍ୟ ଜାଡେଜା ଚମକିଛନ୍ତି। ୬୨ ଟି ଟେଷ୍ଟର ୯୦ ଇନିଂସରେ ବ୍ୟାଟିଂ କରୁଥିବାବେଳେ ଜାଡେଜା ହାରାହାରି ୩୭.୦୪ ଟେଷ୍ଟ କ୍ରିକେଟରେ ୨୫୯୩ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୩ ଶତକ ଏବଂ ୧୮ ଅର୍ଦ୍ଧଶତକ ରହିଛି।

Related Articles

Back to top button