ସମ୍ବଲପୁର ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ମିଳିଛି। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ମଞ୍ଜୁରୀ ଦେଇଛି। ଏହି ଘୋଷଣା ପରେ ଆସନ୍ତା ୨ ମାସ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ ହେବ। ୮୦୪.୫୧ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଏହି ପ୍ରକଳ୍ପ ହେବ। ଶିମିଳିପାଳ ଓ ସାତକୋଶିଆ ପରେ ରାଜ୍ୟର ତୃତୀୟ ବ୍ୟାଘ୍ର ପ୍ରକଳ୍ପ ଭାବେ ଦେବ୍ରିଗଡ଼ ନାଁ ଘୋଷଣା କରାଯାଇଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ଦେବ୍ରିଗଡ଼ର ୮ଟି ପରିବାର ଓ ଝାଗଡେ ବେହେରାର ୩୭ ପରିବାରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମୋଟ ୪୫ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି। ସୁନାବେଡା ଅଭୟାରଣ୍ୟ ଓ ଛତିଶଗଡ଼ର ଉଦନ୍ତି ସୀତାନଦୀକୁ ଦେବ୍ରିଗଡ଼ ବ୍ୟାଘ୍ର ପ୍ରକଳ୍ପ ସଂଯୋଗ କରୁଛି। ସେହିପରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟ ସଂଯୋଗ କରୁଛି।