ହାତରେ ବିବାହ ସାର୍ଟିଫିକେଟ ଟାଟୁ କରି ପତ୍ନୀଙ୍କୁ ଦେଲେ ଭାଲେଣ୍ଟାଇନ ଡ଼େ ଗିଫ୍ଟ

ଫେବୃଆରୀ ୧୪ ତାରିଖରେ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଅଜବ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି।  ଥାଇଲାଣ୍ଡର ସରାବୁଲି ସହରର ଜଣେ ଟାଟୁ ଆର୍ଟିଷ୍ଟ ସୋସିଆଲ ମିଡ଼ିଆରେ ଏହି ଗିପ୍ଟର ଏକ ଭିଡ଼ିଓ ଓ ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିରେ ଜଣେ ଯୁବକଙ୍କ ହାତରେ ଏକ ସାର୍ଟିଫିକେଟର ଟାଟୁ ହୋଇଥିବା ଦେଖାଯାଉଛି । ଯୁବକ ଜଣକ ୮ ବର୍ଷ ତଳେ ବିବାହ କରିଥିଲେ । ଭାଲେଣ୍ଟାଇନ ଡ଼େରେ ସେ ନିଜ ପତ୍ନୀଙ୍କୁ କିଛି ସରପ୍ରାଇଜ୍ ଗିଫ୍ଟ ଦେବାକୁ ଚିନ୍ତା କରିଥିଲେ । ଅନେକ ଚିନ୍ତା କଲା ପରେ ପତ୍ନୀଙ୍କୁ ଗିଫ୍ଟ ଦେବା ନେଇ ନିଷ୍ପତ୍ତି ନେଲେ । ଉଭୟଙ୍କ ବିବାହର ସାର୍ଟିଫିକେଟକୁ ନିଜ ହାତରେ ଟାଟୁ କଲେ । ସ୍ୱାମୀଙ୍କ ହାତରେ ଏପରି ଟାଟୁ ଦେଖି ତାଙ୍କ ପତ୍ନୀ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ବି ହୋଇଥିଲେ । ଏହି ଟାଟୁ ସେମାନଙ୍କ ପ୍ରେମର ପ୍ରତୀକ ବୋଲି ଯୁବକକହିଛନ୍ତି । ଏହା ଥିଲା ତାଙ୍କ ପାଇଁ ସବୁଠାରୁ ବଡ଼ ଗିଫ୍ଟ । ଭିଡିଓ ଓ ଫଟୋ ଚେୟାର କରିଥିବା ଟାଟୁ ଆର୍ଟିଷ୍ଟ ଜଣକ କହିଛନ୍ତି, ଉକ୍ତ ଯୁବକଙ୍କ ହାତରେ ଏହି ଟାଟୁ ତିଆରି କରିବାକୁ ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

Related Articles

Back to top button