ଭାରତରେ କାର୍ଯ୍ୟରତ ୪୫୩ ଜଣ କର୍ମଚାରୀଙ୍କୁ ଛଟେଇ କଲା ଗୁଗୁଲ୍

ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ ଟେକନଲୋଜୀ କମ୍ପାନୀ ଗୁଗୁଲ ଭାରତର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୫୩ ଜଣ କର୍ମଚାରୀଙ୍କୁ ଛଟେଇ କରିଛି । ଆଲଫାବେଟ୍ ଏବଂ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏ ସଂପର୍କରେ ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ ଏକ ଇମେଲ୍ ଲେଖି ସୂଚୀତ କରିବା ସହ ଏହି ନିଷ୍ପତ୍ତି ପାଇଁ ନିଜକୁ ଦାୟୀ କରିଛନ୍ତି।

ଗୁଗଲ ଇଣ୍ଡିଆର କଣ୍ଟ୍ରି ହେଡ୍ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା ପ୍ରଭାବିତ କର୍ମଚାରୀଙ୍କୁ ଏକ ଇମେଲ୍ ପଠାଇଛନ୍ତି। ତେବେ ୪୫୩ ଜଣ କର୍ମଚାରୀଙ୍କୁ ଛଟେଇ ପୂର୍ବରୁ ଘୋଷଣା କରାଯାଇଥିବା ୧୨,୦୦୦ ଚାକିରି କାଟରେ ସାମିଲ ହୋଇଛି ନା ଏହି ଛଟେଇ ତାହାଠାରୁ ଭିନ୍ନ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପିଚାଇ ତାଙ୍କ ଇମେଲରେ ଲେଖିଛନ୍ତି, ଆମେ ଆମେରିକାରେ ପ୍ରଭାବିତ କର୍ମଚାରୀଙ୍କୁ ଏକ ଅଲଗା ଇମେଲ୍ ଲେଖିଛୁ। ଅନ୍ୟ ଦେଶରେ ସ୍ଥାନୀୟ ଆଇନ ଏବଂ ନିୟମ ଯୋଗୁଁ ଏଥିପାଇଁ ଅଧିକ ସମୟ ଲାଗିପାରେ ।

ଗତ ମାସରେ ମାଇକ୍ରୋସଫ୍ଟ ଏହାର ମୋଟ କର୍ମଚାରୀ ବା ୧୦,୦ ଚାକିରିରେ ୫ ପ୍ରତିଶତ ହ୍ରାସ ଘୋଷଣା କରିଥିଲା। ସେହିପରି ଇ-କମର୍ସ କମ୍ପାନି ଆମାଜନ୍ ବିଶ୍ୱବ୍ୟାପୀ ୧୮,୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି । ଫେସବୁକର ମୂଳ କମ୍ପାନୀ ମେଟା କହିଛି ଯେ ବିଶ୍ୱବ୍ୟାପୀ ପ୍ରାୟ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ । ଏହାଛଡ଼ା ଏସଏପି, ଆଇବିଏମ ବି ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।

Related Articles

Back to top button