ସୋସିଆଲ ମିଡ଼ିଆ ଗ୍ରୁପରେ ଆପତ୍ତିଜନକ ପୋଷ୍ଟ ପାଇଁ ଦାୟୀ ରହିବେ ଆଡମିନ

ନୂଆଦିଲ୍ଲୀ: ବର୍ତ୍ତମାନ ହ୍ୱାଟ୍ସଆପ, ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆର ଗ୍ରୁପର ଆଡ଼ମିନକୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ଖଣ୍ଡୱାରେ ଏହିସବୁ ସୋସିଆଲ ମିଡ଼ିଆ ଗ୍ରୁପରେ ଆପତ୍ତିଜନକ ମେସେଜ ଏବଂ ଧାର୍ମିକ ଭାବନାକୁ ଉତ୍ତେଜିତ କରୁଥିବା ଲୋକଙ୍କୁ ନେଇ ବିରୁଦ୍ଧା ଦଣ୍ଡାଦେଶ ଜାରି ରହିଛି । ତେବେ ଏହି ଦଣ୍ଡାଦେଶ ପାଇଁ ୧୪୪ ଧାରକୁ ଲାଗୁ କରାଯାଉଛି । ଜାରି କରାଯାଇଥିବା ଆଦେଶରେ ଆପତ୍ତିଜନକ ମେସେଜ, ଫଟୋ ଏବଂ ଭିଡ଼ିଓକୁ ଫରୱାର୍ଡ କରିବା ଅଥବା ଏହିସବୁକୁ ଗ୍ରୁପରେ ପୋଷ୍ଟ କରିବା ଦ୍ୱାରା ଗ୍ରୁପ୍ ର ଆମିନ ତଥା ମେସେଜ ପଠାଇଥିବା ଲୋକଙ୍କ ବିରୋଧରେ ଦଣ୍ଡାଦେଶ ଜାରି କରାଯିବ । ଆଦେଶକୁ ଉଲ୍ଲଘଂନ କରିବା ଦ୍ୱାରା ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫେସବୁକ ଚଲାଉଥିବା ନାଗରିକ ବା ହ୍ୱାଟ୍ସଆପ ଗ୍ରୁପର ଆଡମିନ ନିଜ ଗ୍ରୁପରେ ଧାର୍ମିକ ଭାବନାକୁ ଆଘାତ ପହଁଚାଉଥିବା ମେସେଜ ପାଇଁ ଉତ୍ତରଦାୟୀ ରହିବେ । ଯଦି ଏପରି କିଛି ମେସେଜ ଗ୍ରୁପରେ ଅସୁଛି ତେବେ ଆଡ଼ମିନ ତତତ୍କାଳିନ ନିକଟରେ ଥିବା ପୋଲିସ ଷ୍ଟେସନରେ ଏନେଇ ସୂଚନା ଦେଇପାରିବେ । ଏପରି ନକରିବା ଦ୍ୱାରା ଆଡମିନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ । ସମସ୍ତ ନାଗରିକଙ୍କୁ ଅପିଲ କରାଯାଇଛି ଯେ, ହ୍ୱାଟ୍ସଆପ ଅଥବା ଫେସବୁକରେ ଯେକୌଣସି ଧର୍ମ ସଂପ୍ରଦାୟ ସମ୍ବନ୍ଧରେ ଆପତ୍ତିଜନକ ମେସେଜ ବା ଫୋଟ ଫରୱାର୍ଡ କରାଯିବ ତେବେ ଅଦେଶନାମା ସେହି କ୍ଷଣି ଲାଗୁ କରାଯିବ ।

ଏହାପୂର୍ବରୁ ଦେଖାଯାଇଛି ଯେ, ସୋସିଆଲ ମିଡିଆ ମାଧ୍ୟମରେ ଆପତ୍ତିଜନକ ମେସେଜ ପୋଷ୍ଟ କରି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଥି ସହିତ ଏହାର ମୁକାବିଲା ପାଇଁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଜାରି ହେବା ପରେ ବର୍ତ୍ତମାନ ଯେଉଁମାନେ ସୋସିଆଲ ମିଡିଆ ମାଧ୍ୟମରେ ପରିବେଶକୁ ନଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେଉଁଠାରେ ହ୍ଵାଟ୍ସଆପ ଏବଂ ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପରିବେଶକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇଥିବା ପୋଷ୍ଟକୁ ଠିକ୍ ସମୟରେ ହଟାଇ ଦିଆଯାଇନଥାଏ, ତେବେ ଏଥିପାଇଁ ଦାୟୀ ରହିବେ ଗ୍ରୁପର ଆଡମିନ ।

ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଲ୍ଲାର ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ପାଇଁ ଅପରାଧିକ ପ୍ରକ୍ରିୟା ସଂହିତା ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଜାରି କରିଛନ୍ତି। ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ସାଇବର ଅପରାଧର ଘଟଣାକୁ ରୋକିବା ପାଇଁ ସାଇବର କାଫେରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ହେବ, ଯାହାର ରେକର୍ଡିଂକୁ ଅତି କମରେ ଏକ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରିବାକୁ ପଡିବ। ଏହା ସାଇବର କାଫେ ଅପରେଟରଙ୍କୁ ଦାୟିତ୍ୱ ଦିଆଯିବ । ସାଇବର କାଫେରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ପରିଚୟ ପତ୍ର ଏବଂ ଫଟୋ ସହିତ ନିକଟ ପୋଲିସ ଷ୍ଟେସନରେ ଦାଖଲ କରିବାକୁ ପଡିବ। ସାଇବର କାଫେ ମାଲିକ ତାଙ୍କ ବୈଧ ଲାଇସେନ୍ସର ଏକ କପି ପୋଲିସ ଷ୍ଟେସନରେ ଦାଖଲ କରିବେ ଏବଂ ଏକ କପି ତାଙ୍କ ସାଇବର କାଫେରେ ମୁଖ୍ୟ ସ୍ଥାନରେ ପ୍ରଦର୍ଶନ କରିବେ । ସମସ୍ତ କମ୍ପ୍ୟୁଟର ସିଷ୍ଟମରେ ପର୍ଣ୍ଣ ସାଇଟ୍ ଫିଲ୍ଟର୍ ସଂସ୍ଥାପିତ ହେବା ଜରୁରୀ । ସାଇବର କାଫେରେ କମ୍ପ୍ୟୁଟର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସୂଚନା ରେଜିଷ୍ଟରରେ ପ୍ରବେଶ କରାଯିବ ଏବଂ ID ପ୍ରମାଣ ବିନା କୌଣସି ବ୍ୟକ୍ତିଙ୍କୁ କମ୍ପ୍ୟୁଟର ଚଳାଇବାକୁ ଅନୁମତି ଦିଆଯିବ ନାହିଁ ।

Related Articles

Back to top button