ଭାରତର ସାମୁଦ୍ରିକ ଖାଦ୍ୟ ଉପରେ ଲାଗିଥିବା କଟକଣା ହଟାଇଲା କତାର

ନୂଆଦିଲ୍ଲୀ: ଭାରତର ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ଉଠାଇଲା କତାର। ଭାରତରୁ ବରଫରେ ପ୍ୟାକ୍ ହୋଇଯାଉଥିବା ମାଛ ଆଦି ସାମୁଦ୍ରିକ ଖାଦ୍ୟ ଉପରେ କତାର ଅସ୍ଥାୟୀ ଭାବେ ବ୍ୟାନ୍ ଲଗାଇଥିଲା। ହେଲେ ଶୁକ୍ରବାର ଏହି ବ୍ୟାନ ନିର୍ଦ୍ଦେଶକୁ ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଫଳରେ ଗଲ୍‌ଫ ଦେଶଗୁଡ଼ିକରେ ଭାରତ ସାମୁଦ୍ରିକ ଖାଦ୍ୟର ବ୍ୟବସାୟ କରିବାକୁ ବାଟ ଫିଟିଛି।

ଭାରତରୁ ଆସୁଥିବା ସାମୁଦ୍ରିକ ଖାଦ୍ୟରେ ଭିବ୍ରୋ ହଇଜାର ଭୂତାଣୁ ଚିହ୍ନଟ ହୋଇଥିବା ଅଭିଯୋଗ କରି କତାର ଗତବର୍ଷ ନଭେମ୍ବର ମାସରେ ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ଲଗାଇଥିଲା। ବିଶ୍ୱକପ୍‌ ଫୁଟ୍‌ବଲ ଆୟୋଜନରେ ବ୍ୟସ୍ତତା ଯୋଗୁ ଯତେଷ୍ଟ ଲାବୋରୋଟାରୀ ଅଭାବ ଥିବାରୁ ଟେଷ୍ଟିଂରେ ସମସ୍ୟା ହେଉଛି। ତେଣୁ ସେ ସାମୁଦ୍ରିକ ଖାଦ୍ୟ ଉପରେ ଅସ୍ଥାୟୀ ଭାବେ ବ୍ୟାନ୍ ଲଗାଉଛି ବୋଲି କତାର ଭାରତକୁ ସୂଚନା ଦେଇଥିଲା।

ଏହାପରେ ଠାରୁ କେନ୍ଦ୍ର ବାଣିଜ୍ୟିକ ବିଭାଗ ଓ କତାରରେ ଥିବା ଭାରତର ଦୂତାବାସ ପକ୍ଷରୁ ସମସ୍ୟ ସମାଧାନ ଦିଗରେ କାମ ଜାରି ରଖିଥିଲେ। ଏଥିପାଇଁ କତାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସହ ଅନେକ  ବୈଠକ ବି ହୋଇଥିଲା। ଶେଷରେ ଆଲୋଚନା ପର୍ଯ୍ୟାଲୋଚନା ପରେ କତାର ସରକାର ଫେବ୍ରୁଆରୀ ୧୬ ତାରିଖରେ ଭାରତର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଉପରେ ବ୍ୟାନ୍ ଉଠାଇଛନ୍ତି।

କତାର ବ୍ୟାନ୍ ହଟାଇବା ପରେ ଖୁସୀ ବ୍ୟକ୍ତ କରିଛନ୍ତି ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ବିକାଶ ପ୍ରାଧିକରଣ(MPEDA)ର ମୁଖ୍ୟ ଡି.ଭି. ସ୍ୱାମୀ। ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପାଇଁ ଚଳିତ ସପ୍ତାହ ଭଲ ସମୟ ପ୍ରମାଣିତ ହୋଇଛି। କାରଣ ଚୀନ ପରେ ଏବେ କତାର ବି ବ୍ୟାନ ହଟାଇ ଦେଇଛି ବୋଲି ଡିଭି ସ୍ୱାମୀ କହିଛନ୍ତି।

ଫେବ୍ରୁଆରୀ ୧୪ ତାରିଖରେ ଚୀନ ଭାରତର ୯୯ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଉପରେ ବ୍ୟାନ୍ ହଟାଇଥିଲା। ବେଡିଂ ଡିସେମ୍ବର ୨୨୦ ଠାରୁ ଭାରତର ୧୧୦ ଦ୍ରବ୍ୟ ଉପରେ ବ୍ୟାନ ଲଗାଇଥିଲା। ତେବେ MPEDA ଓ ଏହାର କର୍ମଚାରୀ ମାନେ ଚୀନ ବ୍ୟାନ୍ ହଟାଇବା ଦିଗରେ ଉଲ୍ଲେଖମୂଳଖ କାର୍ଯ୍ୟ କରିଛନ୍ତି।

Related Articles

Back to top button