ଅରୁଣାଚଳ ପ୍ରଦେଶରେ ଭୂକମ୍ପ, ରିକ୍ଟର ସ୍କେଲରେ ୩.୮ ତୀବ୍ରତା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଥିବା ଜଣାଯାଇଛି। ଭୂକମ୍ପ ବିଷୟରେ ପିଟିଆଇ ରିପୋର୍ଟ କରିଛି। ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦କିଲୋମିଟର ଗଭୀରରେ ଥିଲା। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ମିଳିଥିଵା ତଥ୍ୟ ଅନୁଯାୟୀ ମଧ୍ୟ-ଉତ୍ତର ଆସାମ ଏବଂ ଭୁଟାନର ପୂର୍ବ ଭାଗରେ କମ୍ପନ ଅନୁଭୂତ ହୋଇଥିଲା । ତେବେ ଏହି ଭୂକମ୍ପରେ କେହି ମୃତାହତ ହେବାର ଖବର ମିଳିନାହିଁ।

Related Articles

Back to top button