ତୁର୍କୀ-ସିରିଆ ଭୂମିକମ୍ପରେ ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ, ୩ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଧ୍ୱଂସ

ନୂଆଦିଲ୍ଲୀ: ତୁର୍କୀ-ସିରିଆ ଭୂମିକମ୍ପକୁ ୧୨ ଦିନ ବିତିସାରିଛି। ଏହି ପ୍ରାକୃତିକ ମହାବିପର୍ଯ୍ୟୟରେ ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏହି ଭୂମିକମ୍ପରରେ ତୁର୍କୀରେ ୩ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଧ୍ୱଂସ ହୋଇଯାଇଛି ବୋଲି ମିଡିଆରେ ଖବର ପ୍ରକାଶ ପାଇଛି। ବର୍ତ୍ତମାନ ସୁଧା ଅନେକ ଲୋକ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ଉଦ୍ଧାର କାର୍ଯ୍ୟର ୨୯୬ ଘଣ୍ଟା ବିତିଯାଇଥିଲେ ବି ଏବେ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ତୁର୍କୀ ସରକାର ବିଚାର କରୁଛନ୍ତି। କ୍ଷତିଗ୍ରସ୍ତ ଉଦ୍ଧାର ସମ୍ଭାବନା କମ୍ ଥିବାରୁ ତୁର୍କୀ ସରକାର ଏହାକୁ ବନ୍ଦ କରିବାକୁ ବିଚାର କରୁଥିବା ସୂଚନା ମିଳିଛି। ଏପଟେ ଶନିବାର କିର୍ଗିସ୍ତାନ ଉଦ୍ଧାରକାରୀ ଦଳ ଅଣ୍ଟକ୍ୟା ସହର ଧ୍ୱଂସସ୍ତୁପରୁ ଏକ ପରିବାକୁ ଜୀବନ୍ତ ଉଦ୍ଧାର କରିଛି। ତେବେ ପରିବାର ୩ ଜଣ ଉଦ୍ଧାର ହୋଇଥିବା ବେଳେ ବାପାମା ବଞ୍ଚିଯାଇଥିଲେ। ହେଲେ ବଦହଜମି ସମସ୍ୟା ଯୋଗୁ  ପିଲାଟିର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପରେ କେବଳ ତୁର୍କୀରେ ୪୦,୪୦୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୫,୮୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଫେବ୍ରୁଆରୀ ୬ ତାରିଖରେ ତୁର୍କୀର ଦକ୍ଷିଣାଞ୍ଚଳ କହରମାନମରସରେ ଭୂମିକମ୍ପ ହୋଇଥିଲା। ଏହାପରେ ଛୋଟବଡ଼ ୪୦ରୁ ଅଧିକ ଭୂମିକମ୍ପ ହୋଇସାରିଛି। ଏଥିରେ ତୁର୍କୀ ଓ ସିରିଆଇ ଅର୍ଦ୍ଧାଧିକ ଅଞ୍ଚଳ ବର୍ବାଦ ହୋଇଯାଇଛି। ଅନ୍ୟପଟେ ଏଭଳି ସ୍ଥିତିରେ ସଂକ୍ରାମକ ରୋଗର ବିପଦ ଦେଖା ଦେଇଛି। ଲୋକମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା ବଢ଼ିଥିଲେ ବି ଏହା ସେତେ ବିପଦପ୍ରବଣ ନୁହେଁ ବୋଲି ତୁର୍କୀ ସ୍ୱାସ୍ଥ୍ୟମନ୍ତ୍ରୀ ଫହରେତ୍ତିନ କୋକା କହିଛନ୍ତି।

Related Articles

Back to top button