ନାବାଳିକାକୁ ବାରମ୍ବାର ‘ଆସ ଆସ’ କହିବା ଏକ ଯୌନ ଉତ୍ପୀଡ଼ନ – ମୁମ୍ବାଇ କୋର୍ଟ

ମୁମ୍ବାଇ: ଜଣେ ନାବାଳିକାକୁ ବାରମ୍ବାର ‘ଆସ ଆସ ’ କହିବା ତା ପ୍ରତି ଏକ ଯୌନ ଉତ୍ପୀଡ଼ନ ବୋଲି ମୁମ୍ବାଇ କୋର୍ଟ କହିଛନ୍ତି । ଏକ ମାମଲାର ଶୁଣାଣି ସମୟରେ ଯୌନ ଅପରାଧ ଅଧିନିୟମର ସୁରକ୍ଷା (POCSO) ଅନୁଯାୟୀ, କୋର୍ଟ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଘଟଣାଟି ୨୦୧୫ ମସିହା ସେପ୍ଟେମ୍ବର ମାସରେ ଘଟିଥିଲା। ସେତେବେଳେ ପୀଡିତା ଜଣକ ୧୫ ବର୍ଷର ଥିଲେ ଏବଂ ସେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ କୋର୍ଟରେ ଅପିଲ କରିଥିଲେ ଯେ, ଯେତେବେଳେ ସେ ଚାଲିଚାଲି ନିଜ ଟ୍ୟୁସନ ଯାଉଥିଲେ ସେତେବେଳେ ସେହି ବ୍ୟକ୍ତି ଜଣକ ସାଇକେଲରେ ତାଙ୍କୁ ଫଲୋ କରି ‘ ଆସ ଆସ ’ କରି ଡାକିଥିଲେ।

ଅଭିଯୋଗ ଅନୁଯାୟୀ ସେହି ବ୍ୟକ୍ତି ଜଣକ ବହୁବାର ଏପରି କରିଛନ୍ତି । ଶେଷରେ ଝିଅଟି ଜଣେ ରାସ୍ତାରେ ଥିବା ଲୋକ ଠାରୁ ସାହାଯ୍ୟ ନେଇଥିଲେ । ସେହି ଲୋକ ଜଣକ ତାଙ୍କୁ ଗୋଡ଼ାଇବାକୁ ଚେଷ୍ଟା କରିଥିଲେ ହେଲେ ସେ ସାଇକେଲ ନେଇ ପଳାଇଥିଲା। ଏହାପରେ ସେହି ୧୫ ବର୍ଷୀୟ ଝିଅ ତା ପରିବାର ଲୋକ ଏବଂ ଟ୍ୟୁସନ ସାରଙ୍କୁ କହିଥିଲେ। ଦିନେ ସେହି ବ୍ୟକ୍ତିକୁ ସେମାନେ ଖୋଜି ପାଇଥିଲେ, ସେତେବେଳେ ସେ ୱାଚମ୍ୟାନର ଡ୍ୟୁଟି କରୁଥିଲା। ଝିଅଟିର ମାଆ ପୋଲିସ ଷ୍ଟେସନରେ ସେହି ବ୍ୟକ୍ତି ବିରୋଧରେ ଏହି ଅଭିଯୋଗ କରିଥିଲେ ।

ଶୁଣାଣି ସମୟରେ ବ୍ୟକ୍ତି ଜଣକ କୋର୍ଟକୁ କ୍ଷମା ପ୍ରାର୍ଥନା କରି କହିଥିଲା ଯେ, ସେ ଜଣେ ବିବାହିତ ବ୍ୟକ୍ତି ଏବଂ ତାର ଏକ ତିନିବର୍ଷର ଶିଶୁ ଅଛି । ସେପ୍ଟେମ୍ବର ୨୦୧୫ରେ ଯେତେବେଳେ ସେ ଜାମିନ ପାଇଁ ଅବେଦନ କରିଥିଲେ ସେତେବେଳେ ଅତିରିକ୍ତ ଅଧିବେଶନ ଜର୍ଜ ଏଜେ ଖାମ ତାଙ୍କୁ ଏକ ଦଣ୍ଡାଦେଶ ଶୁଣାଇଥିଲେ । ପରେ ସେ ୨୦୧୬ ମାର୍ଚ୍ଚ ମାସରେ ତାଙ୍କର ବେଲ୍ ହୋଇଥିଲା ।

Related Articles

Back to top button