କଟକରେ ସନ୍ତାନ ପ୍ରାପ୍ତି ହେବ କହି ଠକୁଥିବା ଭଣ୍ଡ ବାବା ଗିରଫ

କଟକ:  କଟକର ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ବାଦାମବାଡ଼ି ପୋଲିସ ଜଣେ ଠକ ବାବାଙ୍କୁ ଗିରଫ କରିଛି । ଗିରଫ ଜଣକ ଯାଜପୁର ଧର୍ମଶାଳାର ସିଦ୍ଧେଶ୍ୱର ସାମନ୍ତରାୟ ବୋଲି ଜଣାପଡ଼ିଛି । କଟକର ସଂଗ୍ରାମ ଦାସଙ୍କ ଛୁଆପିଲା ହେଉ ନଥିଲା । ଯାହାର ଫାଇଦା ଉଠାଇଥିଲେ ସିଦ୍ଧେଶ୍ୱର । ସଂଗ୍ରାମ ଓ ତାଙ୍କ ପତ୍ନୀ ଶୁଭଶ୍ରୀ ସୁଭସ୍ମିତା ନାୟକଙ୍କୁ ଛୁଆ ହେବାର ସ୍ୱପ୍ନ ଦେଖାଇଥିଲେ ସିଦ୍ଧେଶ୍ୱର । କହିଥିଲେ ରାଜ୍ୟର ସୋର, ବାଲେଶ୍ୱର ଓ କେନ୍ଦୁଝର ସହ ରାଜ୍ୟ ବାହାରେ ହିମାଚଳ ପ୍ରଦେଶରେ ଆଶ୍ରମ ଅଛି ।

ବିଶ୍ୱାସ ଜନ୍ମାଇ ଥିଲେ ସଂଗ୍ରାମ ଓ ଶୁଭଶ୍ରୀଙ୍କ ଛୁଆ ହେବ । ଯେଉଁଥିପାଇଁ ସିଦ୍ଧେଶ୍ୱର ବର୍ଷକ ମଧ୍ୟରେ ଦମ୍ପତିଙ୍କ ଠାରୁ ୩ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ । ଘରେ ପୂଜାର୍ଚ୍ଚନା ସହ ଆୟୁର୍ବେଦ ଔଷଧ ନାଁରେ ଏତେ ପରିମାଣର ଟଙ୍କା ଲୁଟି ନେଇଥିଲେ ଭଣ୍ଡବାବା । କିନ୍ତୁ ସେମିତି କିଛି ଘଟି ନଥିଲା । ବରଂ ଔଷଧ ଖାଇବା ପରେ ଅସୁସ୍ଥା ହୋଇ ପଡ଼ିଥିଲେ ଶୁଭଶ୍ରୀ । ଆଉ ଏନେଇ ଦମ୍ପତି ଅଭିଯୋଗ କରିବା ପରେ ସିଦ୍ଧେଶ୍ୱର ଏଡ଼େଇ ଯିବାକୁ ଚେଷ୍ଟା କରିଥିଲେ । ପରେ ଦମ୍ପତି ଜାଣିବାକୁ ପାଇଥିଲେ ସେ ଜଣେ ଠକ ବୋଲି । ତାଙ୍କ ଭଳି ଅନେକ ଠକେଇର ଶିକାର ହୋଇଥିବା ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ ।

Related Articles

Back to top button