ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ୱାର୍ଣ୍ଣର

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଲଗାତର ଦୁଇଥରେ ପରାସ୍ତ ହେବା ପରେ ଏବେ ଟିମ୍‌କୁ ଆହତ ସମସ୍ୟା ଅଡ଼ୁଆରେ ପକାଇଛି। ଟିମ୍‌ରେ ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମେ ଜୋଶ ହେଜେଲ୍‌ଉଡ ଆହତ ହୋଇ ଭାରତ ବିପକ୍ଷ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ ଏବେ ଡେଭିଡ ୱାର୍ଣ୍ଣରଙ୍କର ସମାନ ଅବସ୍ଥା ହୋଇଛି। ୱାର୍ଣ୍ଣର ଆହତ ହେବା କାରଣରୁ ତାଙ୍କୁ ଟେଷ୍ଟ ସିରିଜର ବାକି ୨ଟି ଶୃଙ୍ଖଳାରୁ ବାଦ୍ ଦିଆଯାଇଛି।

ୱାର୍ଣ୍ଣର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ମହମ୍ମଦ ସିରାଜଙ୍କର ଏକ ବଲ୍‌ ତାଙ୍କ ବାମହାତ କହୁଣୀରେ ବାଜିଥିଲା। ଯନ୍ତ୍ରଣା ହେବାରୁ ୱାର୍ଣ୍ଣରଙ୍କୁ ମ୍ୟାଚ୍ ଅଧାରୁ ବାଦ୍ ଦେଇ ତାଙ୍କ ସ୍ଥାନରେ ମାଥ୍ୟୁ ରେନ୍‌ଶଙ୍କୁ ଖେଳାଯାଇଥିଲା। ଏବେ ଯାଞ୍ଚ କରିବା ୱାର୍ଣ୍ଣର କହୁଣିର ହେୟାରଲାଇନ ଫାଟିଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ବାକି ୨ଟି ଟେଷ୍ଟରୁ ବାଦ ଦିଆଯାଇଛି ବୋଲି ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Back to top button