ଝାଡଖଣ୍ଡ ହାଇକୋର୍ଟ ୧୪ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର

ରାଞ୍ଚି: ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର। ସେ ଝାଡ଼ଖଣ୍ଡ ହାଇକୋର୍ଟର ୧୪ତମ ମୁଖ୍ୟ ବିଚାରପତି ଭାବେ ବୁଧବାର ଶପଥ ନେଇଛନ୍ତି। ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ଜଷ୍ଟିସ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସ୍ୱତନ୍ତ୍ର ଶପଥପାଠ କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ବିଧାନସଭା ବାଚସ୍ପତି, ହାଇକୋର୍ଟର ସମସ୍ତ ବିଚାରପତି ଓ କ୍ୟାବିନେଟ ମନ୍ତ୍ରୀ ଆଦି ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଜଷ୍ଟିସ ସଂଜୟ କୁମାର ମିଶ୍ର ଉତ୍ତରାଖଣ୍ଡ ହାଇକୋ‌ର୍ଟର ବିଚାରପତି ହୋଇଥିଲେ।୨୦୨୧, ଅକ୍ଟୋବର ୧୧ ଶପଥ ନେବା ପରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଗତବର୍ଷ ଡିସେମ୍ବର ୧୩ ତାରିଖରେ ଜଷ୍ଟିସ ମିଶ୍ରଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ। ଯାହାକୁ ନେଇ ଗତ ୧୭ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ଏହି ସୂଚନା ଦିଆଯାଇଥିଲା।

Related Articles

Back to top button