୩୦୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନ ସ୍ୱିଡେନ୍‌ରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ବିମାନ ଯାତ୍ରୀ। ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନ ସ୍ୱିଡେନ୍‌ରେ ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିବା ପରେ  ବୁଧବାର ବିମାନକୁ ଜରୁରୀ ଅବତରଣ କରାଯାଇଛି।

ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆର ବିମାନ Boeing 777-300ER ଉଡ଼ାଣ ଭରିବା ପରେ ମଝି ଆକାଶରେ ଇଞ୍ଜିନରୁ ତେଲ ଲିକ୍ ହେଉଥିବା ଜଣାପଡ଼ିଥିଲା। ଏହାପରେ ପାଇଲଟ ତୁରନ୍ତ ସାବଧାନତା ଅବଲମ୍ବନ କରି ବିମାନକୁ ସ୍ୱିଡେନ୍‌ର ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

Related Articles

Back to top button