୧,୫୦୦ କୋଟି ଋଣ ପରିଶୋଧ କଲା ଆଦାନୀ ଗ୍ରୁପ
ନୂଆଦିଲ୍ଲୀ: ଅଦାନୀ ଗ୍ରୁପର କମ୍ପାନୀ ଆଦାନୀ ପୋର୍ଟସ ଏଣ୍ଡ ସ୍ପେସାଲ ଇକୋନୋମିକ୍ ଜୋନରେ ୧୫୦୦ କୋଟି ଋଣ ଟଙ୍କାକୁ ସୁଜିଛି । ସୂଚନା ଅନୁଯାୟୀ, ଅଦାନୀ ଗ୍ରୁପ ଆଜି ୧୫୦୦ କୋଟି ଋଣ କରିଥିବା ଟଙ୍କା ସୁଜିଥିବାବେଳେ ମାର୍ଚ୍ଚ ମାସରେ ୧,୦୦୦ କୋଟି ଟଙ୍କା ଦେୟ କରିବାର ସୂଚନା ରହିଛି । ବୁଧବାର ଦିନ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଆଦାନୀ ଗ୍ରୁପ କମ୍ପାନୀ ସେବାର ପରିପକ୍ୱ ବାଣିଜ୍ୟିକ କାଗଜପତ୍ରରେ ଏସବିଆଇ ମ୍ୟୁଚୁଆଲ ଫଣ୍ଡକୁ ୧୦୦୦ କୋଟି ଟଙ୍କା ପ୍ରଦାନ କରିଛି।
ଅଦାନୀ ଗ୍ରୁପ୍ କମ୍ପାନୀ ଏକ ସାଙ୍ଗରେ ଅନ୍ୟ ୫୦୦ କୋଟି ଆଦିତ୍ୟ ବିର୍ଲା କମ୍ପାନୀର ସନ୍ ଲାଇଫ ମ୍ୟୁଚୁଆଲ ଫଣ୍ଡକୁ ଋଣ ପରିଶୋଧ କରିଥିବା କଥା ଜଣାପଡିଛି । ଏକ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଏହି ଦେୟ ନଗଦ ବାଲାନ୍ସରୁ ଏବଂ ବ୍ୟବସାୟ କାର୍ଯ୍ୟରୁ ଆୟ ହୋଇଛି। ଅନ୍ୟପଟେ ଏସବିଆଇ ଏମଏଫ ମୁଖପାତ୍ର କହିଛନ୍ତି, ବର୍ତ୍ତମାନ କମ୍ପାନୀକୁ ଆଉ କୌଣସି ଦେୟ ଦେବାକୁ ପଡିବ ନାହିଁ।