ଫିଲ୍ମ ସୁଟିଂ ସମୟରେ ଦ୍ରୁତ ଗତିରେ ମାଡି ଆସିଲା ଟ୍ରକ, ସୁଟିଂ ସେଟରେ ଆତଙ୍କ

ନୂଆଦିଲ୍ଲୀ: ଫିଲ୍ମର ସୁଟିଂ ସମୟରେ ଅନେକ ଥର ହୃଦୟ ବିଦାରକ ଦୁର୍ଘଟଣା ଘଟିଥାଏ । ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ବିଶାଳଙ୍କ ଫିଲ୍ମର ସୁଟିଂ ସମୟରେ ଏଭଳି ଘଟଣା ଘଟିଥିଲା। ବିଶାଳଙ୍କ ଫିଲ୍ମ ମାର୍କ ଆଣ୍ଟୋନିଙ୍କ ସୁଟିଂ ସେଟରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଏହି ଭିଡିଓଟି ଫିଲ୍ମର ସେଟରୁ ଆସିଛି ଏବଂ ସୁଟିଂ ସମୟରେ ଟ୍ରକ୍ କିପରି ଅନିୟନ୍ତ୍ରିତ ହୋଇ ସେଥିରେ ସ୍ପର୍କିଂ ହୋଉଛି ଏବଂ ନିଆଁ ଲାଗିଥିବା ଟ୍ରକଟି ଦ୍ରୁତ ଗତିରେ ମାଡି ଆସୁଛି । ଏହି ଦୃଶ୍ୟ ଦେଖି ଆଖି ବନ୍ଦ ହେଉଯାଉଛି । ଏଥଇରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ଚେଷ୍ଟା କଲେ ତାହା ଅଟକୁନାହିଁ । ଏଥିରେ କିଛି ରସାୟନିକ ତ୍ରୁଟି ଯୋଗୁଁ ଏଭଳି ହୋଇଛି ବୋଲି ଜଣାପଡିଛି । ଟ୍ରକଟି ସିଧା ମାଡି ଆସି କାନ୍ଥରେ ମାଡ ହୋଇଛି । ଏହି ଭିଡିଓରେ ବହୁତ ଶବ୍ଦ ଶୁଣିବାକୁ ମିଳୁଛି । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି।

ରବିଚନ୍ଦ୍ରନ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ବିଶାଲଙ୍କ ସହ ଏସ୍‌.ଜେ ସୁର୍ଯ୍ୟ, ରିତୁ ଭର୍ମା, ଅଭିନାୟା ଏବଂ ସୁନୀଲ ଅଛନ୍ତି । ଏହି ଚଳଚ୍ଚିତ୍ରର ସଙ୍ଗୀତଟି ଜି.ଭି. ପ୍ରକାଶ କୁମାର ଏବଂ ଏହି ଚଳଚ୍ଚିତ୍ର ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବ। କିନ୍ତୁ ଏହି ଭିଡିଓରେ ଦେଖାଯାଇଛି ଯେ ଯଦି ଫିଲ୍ମର ସେଟରେ ସତର୍କତା ଅବଲମ୍ବନ କରାଯାଇନଥାନ୍ତା ତେବେ କିଛି ଅଘଟଣ ଘଟିବାର ସମ୍ଭାବନା ଥିଲା।

Related Articles

Back to top button